Pratidin TV

Odisha's Digital News Platform

ମୁଣ୍ଡ ପିଟି କାନ୍ଧୁଛି ବୁଢା ବାପା , ସରକାରୀ କ୍ୱାଟର୍ସରେ ଝୁଲୁଛି ବିଡିଓ ପୁଅ ….

ମୟୁରଭଞ୍ଜ ; ସରକାରୀ କ୍ୱାର୍ଟର୍ସରେ ଝୁଲିପଡିଲେ ବିଡିଓ ବିଶ୍ୱରଞ୍ଜନ ମହାନ୍ତି । ୨୦୨୩ ମସିହା ସେପ୍ଟେମ୍ବର ମାସରେ ସେ ବାଲେଶ୍ୱର ଜିଲ୍ଲା ସିମୁଳିଆର ବିଡିଓ ଭାବେ କାର୍ଯ୍ୟରତ ଥିଲେ। ଏହା ପୂର୍ବରୁ ସେ ମୟୂରଭଞ୍ଜ ଜିଲ୍ଲା ଜିବିନଗରର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ସୂଚନ ଅନୁଯାୟୀ ଗୁରୁବାର ଦିନ ୧୧ଟା ବେଳେ କିଛି ସମୟ ପାଇଁ ଅଫିସ ଯାଇଥିଲେ ବିଶ୍ୱରଞ୍ଜନ ମହାନ୍ତି। ଭିସିରେ ଯୋଗ ନଦେବାରୁ ତାଙ୍କୁ ଖୋଜା ଯାଇଥିଲା। ଏହା ପରେ ଘଟଣା ସାମ୍ନାକୁ ଆସିଥିଲା। ଝୁଲନ୍ତା ଅବସ୍ଥାରେ ତାଙ୍କୁ ତାଙ୍କ ସରକାରୀ ବାସଭବନରେ ଠାବ କରାଯାଇଥିଲା। ବେକରେ ଗାମୁଛା ବାନ୍ଧି ସେ ଝୁଲି ପଡ଼ିଥିବା ଜଣାପଡିଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ଅନ୍ୟପଟେ ମୃତ ବିଶ୍ୱରଞ୍ଜନଙ୍କ ବାପା ଘଟଣା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, ପୁଅକୁ ଜିଲ୍ଲାପାଳ ଛୁଟି ଦେଉ ନଥିଲେ। ଅକ୍ଟୋବର ୨୫ରେ କାମରେ ଯୋଗ ଦେବା ପରଠୁ ଆଉ ଘରକୁ ଆସି ନ ଥିଲା। ଜିଲ୍ଲାପାଳ କାମ ଚାପ ଦେଉଥିଲେ। ପ୍ରବଳ କାମ ଚାପ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲା ପୁଅ। ଏନେଇ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବ । ଅନ୍ୟପଟେ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସେ ମଝି ଘରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାହା ଅସମ୍ଭବ। ସେହି ଘରଟା ପୂରା ଫାଙ୍କା। ସେଠାରେ କିଛି ଜିନିଷ ନାହିଁ। ତେଣୁ ଆତ୍ମହତ୍ୟା କରିବା କେମିତି ସମ୍ଭବ?

Leave a Reply

Your email address will not be published. Required fields are marked *