Pratidin TV

Odisha's Digital News Platform

ଡବଲ ସେଲିବ୍ରେସନ କରୁଛନ୍ତି ବେବୋ; ଜନ୍ମଦିନ ସହ ଓଟିଟିରେ ପାଦ ରଖିଲେ କରୀନା

1 min read

ମୁମ୍ବାଇ : ୪୩ ବର୍ଷରେ ପାଦ ଥାପିଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର । ନିଜ ଅଭିନୟ ପାଇଁ ପଶଂସକଙ୍କ ହୃଦୟରେ ସେ ଏବେ ବି ରାଜ କରୁଛନ୍ତି ।୧୯୮୦ ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ କରୀନା । ଚଳଚ୍ଚିତ୍ର ଜଗତର ପ୍ରତିଷ୍ଠାତ ରାଜ କପୁରଙ୍କ ପାତୁଣୀ ହେଉଛନ୍ତି କରୀନା । ତାଭ୍‌କ ନାମ ବଲିଉଡର ଦୁିଟି ପ୍ରତିଷ୍ଠିତ ପରିବାର ସହିତ ଜଡିତ । ସେ କପୁର ପରିବାରର ଝିଅ ଥିବା ବେଳେ ନବାବ ଘରର ବୋହୂ ଅଟନ୍ତି । କରୀନା ତାଙ୍କ ମାଆବାପା ଏବଂ ଭଉଣୀଙ୍କ ପଥକୁ ଅନୁସରଣ କରି ବଲିଉଡରେ ପ୍ରବେଶ କରିଥିଲେ । ୨୦୦୦ ମସିହାରେ ଫିଲ୍ମ ରିଫ୍ୟୁଜିରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ ବେବୋ । ଧୀରେ ଧୀରେ ବିଟାଉନର ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ସେ ସ୍ଥାନ ପାଇଥିଲେ । କରୀନା ହିନ୍ଦୀ ସିନେମାକୁ ଗୋଟେ ନୁହେଁ ଅନେକ ବଡ ବଡ ସୁପର ହିଟ୍ ଫିଲ୍ମ ଦେଇଛନ୍ତି । ବଡିଗାର୍ଡ ,ଜବ ଉି ମେଟ, ୩ଇଡିଅଟ, ହିରୋଇନ, ହଲଚଲ ,ତଲାସ, ଗୋଲମାଲ -୩, ବଜରଙ୍ଗ ଭାଇଜାନ ଭଳି ସୁପରହିଟ ଫିଲ୍ମରେ ଅଭିନୟ କରି ଟପ ହିରୋଇନ ସାଜିଥିଲେ କରୀନା । ତେବେ ଅଭିନତା ସୈଫ ଅଲି ଖାନଭ୍‌କୁ ବିବାହ ପରେ ମଧ୍ୟ ବର୍ତ୍ତମାନ ବଲିଉଡ ସହ ସେ ଏବେ ବି ସକ୍ରିୟ ରହିଛନ୍ତି ।

ଆଜି ତାଙ୍କ ଜନ୍ମଦିନ ଅବସରରେ ପଟୌଦି ହାଉସରେ ଚାଲି ଜୋରସୋର ରେ ସେଲିବ୍ରେସନ । ରାତି ୧୨ଟା ବେଳେ କରୀନା କେକ କାଟିଥିବା ବେଳେ ଯାହାର ଫଟୋ ତାଙ୍କ ବହ ଭଉଣୀ କରିସ୍ମା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏତିସହ ନିଜ ସାନ ଭଉଣୀକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବେବୋଙ୍କ ଜନ୍ମଦିନ ଅବସରରେ ବଲିଉଡର ଅନେକ କଳାକାରଙ୍କ ପକ୍ଷରୁ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । କହିବାକୁ ଗଲେ ଚଳିତ ଜନ୍ମଦିପ ତାଙ୍କପାଇଁ ଟିକେ ଖାସ ରହିଛି କାରଣ ଆଗାମୀ ଫିଲ୍ମ ଜାନେ ଜାନା ଆଜି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛନ୍ତି । ପ୍ରଥମ ଥର ପାଇଁ ସଟିଟିରେ ପାଦ ଥାପିଛନ୍ତି କରୀନା । ଏହି ଫିଲ୍ମରେ ବିଜୟ ଶର୍ମା ତାଭ୍‌କ ସହ ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *