Pratidin TV

Odisha's Digital News Platform

ନୂଆ ବର୍ଷକୁ ସ୍ୱାଗତ କଲେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବାସୀ…

1 min read

୨୦୨୩ ବର୍ଷକୁ ବିଦାୟ ଆଉ କେଇ ଘଣ୍ଟା ପରେ ଆରମ୍ଭ ହୋଇଯିବ ନୂଆବର୍ଷ ୨୦୨୪ । ସେଥିପାଇଁ ଚାରିଆଡ ହେଉଛି ଉତ୍ସବ ମୁଖର । ନୂତନ ବର୍ଷକୁ ସ୍ୱାଗତ ପାଇଁ କେଉଁଠାରେ ପାର୍ଟିର ଆୟୋଜନ ହୋଇଛି ତ ଆଉ କେଉଁଠାରେ ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ ସାଜସଜ୍ଜା ସାଙ୍ଗକୁ ବିଭିନ୍ନ ଆତଶବାଜି ଫୁଟାଇ ନବବର୍ଷକୁ ସ୍ୱାଗତ କରିଛନ୍ତି । ତେବେ ଭାରତରେ ଆଜି ରାତି ୧୨ ଟା ପରେ ନୂଆ ବର୍ଷକୁ ସ୍ୱାଗତ କରାଯାଉଥିବା ବେଳେ ଦୁନିଆର କିଛି ସ୍ଥାନରେ ନୂଆ ବର୍ଷ ଆରମ୍ଭ ହୋଇସାରିଛି । କାରଣ ୨୦୨୪ ବର୍ଷ ପାଳନ କରୁଥିବା ପ୍ରଥମ ଦେଶ ହେଉଛି ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ । ନ୍ୟୁଜିଲ୍ୟାଣ୍ଡରେ ବିଦାୟ ନେଇଛି ୨୦୨୩ । ଅକଲ୍ୟାଣ୍ଡ ବାସୀ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି । ରାତି ୧୨ ଟାରେ ନ୍ୟୁଜିଲ୍ୟାଣ୍ଡର ସର୍ବ ବୃହତ ସ୍କାଏ ଟାୱାରରେ ନୂଆ ବର୍ଷକୁ ଆତସବାଜି ସହିତ ସ୍ୱାଗତ କରାଯାଇଥିଲା । ଏହି ସମୟ ମଧ୍ୟରେ ସେଠାରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ସେପଟେ ନ୍ୟୁଜିଲ୍ୟାଣ୍ଡ ପରେ ଅଷ୍ଟ୍ରେଲିଆରେ ମଧ୍ୟରାତ୍ରି ୧୨ ଟାରେ ନୂତନ ବର୍ଷ ଉତ୍ସବ ଭାରତୀୟ ସମୟ ୬.୩୦ ରେ ଆରମ୍ଭ ହୋଇଥିଲା । ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସିଡନୀର ବିଶ୍ୱ ପ୍ରସିଦ୍ଧ ସିଡନୀ ହାରବର୍ ବ୍ରିଜ୍ ଉପରେ ଶକ୍ତିଶାଳୀ ଆତସବାଜି ଆରମ୍ଭ କରାଯାଇଥିଲା । ହାରବର୍ ବ୍ରିଜ୍ ଉପରେ ଆତସବାଜି ସମଗ୍ର ବିଶ୍ୱରେ ପ୍ରାୟ ୪୨୫ନିୟୁତ ଲୋକ ଦେଖିଥିଲେ । ସେହିପରି ଅନ୍ୟ କିଛି ଦେଶରେ ପାଦ ଥାପି ସାରିଛି ନୂଆ ବର୍ଷ ।

Leave a Reply

Your email address will not be published. Required fields are marked *