Pratidin TV

Odisha's Digital News Platform

‘ହାପିବର୍ଥ ଡେ ସୁର ଭାଇ’ ; ୭୯ ବର୍ଷରେ ପାଦ ଦେଇ , ସ୍ତ୍ରୀଙ୍କ ସହ ଜନ୍ମଦିନ ପାଳିଲେ ।

1 min read

ଓଡିଶାରେ ବହୁ ପରିଚିତ ଆଉ ଚର୍ଚ୍ଚିତ ନା ସୁର ରାଉତରାୟ । ଆଜି ୭୯ ବର୍ଷରେ ପାଦ ଦେଲେ ପର୍ବତନ କଂଗ୍ରେସ ନେତା ସୁରେଶ ରାଉତରାୟ । ସେ ପୁରା ଓଡିଶାରେ ସୁର ଅଜା ,ସୁର ଜେଜେ ସୁର ଭାଇ ନାଂରେ ପରିଚିତ । ରାଜ୍ୟବାସୀଙ୍କୁ ସେ ଯେପରି ଭଲପାଆନ୍ତି ଠିକ୍ ସେଭଳି ରାଜ୍ୟବାସୀ ମଧ୍ୟ ସୁର ବାବୁଙ୍କୁ ଭଲ ପାଆନ୍ତି ଆଉ ଏକଥା କାହାକୁ ଛପା ନାହିଁ । ସୁରଙ୍କ ପ୍ରଶଂସକ ଅନେକ । ତାଙ୍କ ମଜାଳିଆ କଥାରେ ସୁର ବାବୁ ସମସ୍ତଙ୍କୁ ହସାଇବାର କ୍ଷମତା ରଖନ୍ତି ।

ଆଜି ସେ ୭୯ ବର୍ଷରେ ପାଦ ଦେଇ ନିଜ ଜନ୍ମଦିନ ପାଳନ କରିଛନ୍ତି । ନିଜର ଅନେକ ପ୍ରଶଂସକ ଓ ସ୍ତ୍ରୀଙ୍କ ସହ କେକ୍ କାଟି ସେ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହାପରେ ସେ ଆଜି କିଛି ଗଛ ମଧ୍ୟ ଲଗାଇଛନ୍ତି ।

Advertisement

ଜୀବନରେ ଅନେକ ମୋଡ ଆସିଛି କିନ୍ତୁ ସୁର ବାବୁଙ୍କ ମୁହଁରୁ କେବେ ହସ ଉଡିନାହିଁ । ଲୋକମାନଙ୍କୁ ହସାଇବା ସହ ସେ ନିଜେ ମଧ୍ୟ ସବୁବେଳେ ହସୁଥାନ୍ତି । ଦୁଇ ପୁଅ ଅଲଗା ଅଲଗା ଦଳରେ ଲଢିଲେ ଆଉ ହାରିଲେ ମଧ୍ୟ ଆଉ ଶେଷରେ ସୁରେଶ ରାଉତରାୟଙ୍କୁ କଂଗ୍ରେସ ଦଳରୁ ମଧ୍ୟ ବହିସ୍କାର କରାଗଲା । ତଥାପି ସୁର ବାବୁଙ୍କ ମନବଳ ଭାଙ୍ଗି ନାହିଁ ଆଜି ବି ସେ ଲୋକଙ୍କୁ ହସାଇ ନିଜେ ହସୁଛନ୍ତି ।

Leave a Reply

Your email address will not be published. Required fields are marked *