Pratidin TV

Odisha's Digital News Platform

ଛାଡପତ୍ର ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଛେଦ , ଫଟୋ ସେୟାର କହିଲେ ନତାଶା..

1 min read

ହେବନି ଛାଡପତ୍ର ଏବେ ହୋଇଗଲା ସମାଧାନ । ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଛାଡପତ୍ର  ଚର୍ଚ୍ଚାରେ ଥିଲେ। ନିକଟରେ ସେମାନଙ୍କ ଛାଡପତ୍ର ବିଷୟରେ ଗୁଜବ ପ୍ରଚାରିତ ହୋଇଥିଲା। ତେବେ ଏହି ଗୁଜବ ଉପରେ ଉଭୟ ନୀରବତା ବଜାୟ ରଖିଥିଲେ। ଏସବୁ ମଧ୍ୟରେ, ନିକଟରେ ନତାଶା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସମସ୍ତ ବିବାହ ଫଟୋ ରିଷ୍ଟୋର କରିଥିଲେ। ଏବେ ପୁଣିଥରେ  ନତାଶାଙ୍କ ଏକ ଇନଷ୍ଟା ଷ୍ଟାଟସରୁ ଜଣାପଡିଛି ଯେ, ତାଙ୍କ ମଧ୍ୟରେ ସବୁକିଛି ଠିକ ଅଛି। 

ନତାଶା ଷ୍ଟାନକୋଭିକ ତାଙ୍କ ପୋଷା କୁକୁରର ଏକ ଫଟୋ ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ଶେୟାର କରିଛନ୍ତି। ଅଭିନେତ୍ରୀଙ୍କ ପୋଷା କୁକୁର ଗୋଲାପୀ ରଙ୍ଗର ଟି-ସାର୍ଟ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛି । ଏହି ଫଟୋ ଧ୍ୟାନ ଆକର୍ଷଣ କରିଥିଲା କ୍ୟାପସନ୍‌। ଏହି ଫଟୋ ସେ କହିଥିଲେ ବେବି ରୋଭର ପାଣ୍ଡ୍ୟା । ସେବେଠାରୁ ସମସ୍ତେ ଅନୁମାନ କରୁଛନ୍ତି ଯେ ନତାଶା ସେ ଜଣେ ପାଣ୍ଡ୍ୟା ବୋଲି ସୂଚିତ କରିଛନ୍ତି। ଏହି ପୋଷ୍ଟ ଦେଖିବା ପରେ ତାଙ୍କ ଭିତରେ ସବୁକିଛି ଠିକ ଥିବା କୁହାଯାଉଛି।  ତେବେ ହାର୍ଦ୍ଦିକ ଏବଂ ନତାଶାଙ୍କ ମଧ୍ୟରେ କ’ଣ ଚାଲିଛି ତାହା ଉଭୟ କହିପାରିବେ।

Advertisement

Leave a Reply

Your email address will not be published. Required fields are marked *