Pratidin TV

Odisha's Digital News Platform

ମାଆ ନତାଶାଙ୍କୁ ଭୁଲି ବାପା ହାର୍ଦ୍ଦିକଙ୍କ ସହ ସମୟ ବିତାଉଛନ୍ତି ଅଗସ୍ତ୍ୟ , ଫୋଟୋ ହେଲା ଭାଇରଲ …

1 min read

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଆଉ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି । କିଛି ଦିନ ପୂର୍ବରୁ ନତାଶା-ହାର୍ଦ୍ଦିକ ଏକ ବିବୃତ୍ତି ଜାରି କରି ପ୍ରଶଂସକମାନଙ୍କୁ ସେମାନଙ୍କ ଅଲଗା ହେବା ବିଷୟରେ ସୂଚନା ଦେଇଥିଲେ। ଛାଡପତ୍ର ପରେ ପୁଅକୁ ନେଇ ସର୍ବିଆ ଚାଲିଯାଇଥିଲେ ନତାଶା  ।

ସେପଟେ ହାର୍ଦ୍ଦିକ ମଧ୍ୟ ଛୁଟି କାଟିବା ପାଇଁ ଗ୍ରୀସ ଯାଇଥିଲେ। ଗତ ମାସରେ, ନତାଶା ଷ୍ଟାନକୋଭିକ୍ ପୁଅ ସହିତ ଭାରତ ଫେରିଥିଲେ। ପରେ ସେ ମୁମ୍ବାଇର ହାର୍ଦ୍ଦିକଙ୍କ ଘରେ ଅଗସ୍ତ୍ୟାକୁ ଛାଡିଥିବା ଡଣାପଡିଛି। ହାର୍ଦ୍ଦିକ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ କ୍ରିକେଟର ତାଙ୍କ ପୁଅଙ୍କ ସହ ସମୟ ବିତାଉଥିବାର ନଜର ଆସିଛନ୍ତି। ବିଶ୍ୱାସ କରାଯାଏ ଯେ ବାପା ଏବଂ ପୁଅ ବର୍ତ୍ତମାନ ଏକାଠି ରହୁଛନ୍ତି।

Advertisement

ନତାଶା ସର୍ବିଆରୁ ଭାରତ ଫେରିବା ପରଠାରୁ ପ୍ରଶଂସକମାନେ ତାଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି। ଅଗସ୍ତ୍ୟ ଭାରତକୁ ଫେରିବା ମାତ୍ରେ ସେ ତାଙ୍କ ପିତା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଭେଟିବାକୁ ଆସିଥିଲେ। ଉଭୟଙ୍କ କିଛି ଫଟୋ ଏବଂ ଭିଡିଓ ସେହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ପ୍ରଶଂସକମାନେ ପିତା ଏବଂ ପୁଅଙ୍କ ସାକ୍ଷାତ ଦେଖିବା ପରେ ଭାବପ୍ରବଣ ହୋଇଥିଲେ। ଏବେ ପୁଣି ଥରେ ହାର୍ଦିକ ପାଣ୍ଡ୍ୟା ଚିଲ ମୋଡରେ ପୁଅ ଅଗସ୍ତ୍ୟଙ୍କ ସହ ଫଟୋ ସେୟାର କରିଛନ୍ତି ।

କହିବାକୁ ଗଲେ ଫଟୋରେ ହାର୍ଦ୍ଦିକ ତାଙ୍କ ପୁଅ ଅଗସ୍ତ୍ୟଙ୍କ ସହ ନଜର ଆସିଥିବାବେଳେ କ୍ରୁନାଲଙ୍କ ଛୋଟ ପୁଅ ମଧ୍ୟ ତାଙ୍କ ସାମ୍ନାରେ ନଜର ଆସିଛନ୍ତି। ପୂର୍ବରୁ ବିମାନବନ୍ଦରରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଅଗସ୍ତ୍ୟଙ୍କୁ ତାଙ୍କ ପରିବାର ସହିତ ଦେଖିବାକୁ ମିଳିଥିଲା ।

2020ରେ ହାର୍ଦ୍ଦିକ ଓ ନତାଶା ବିବାହ କରିଥିଲେ। ଏହାପରେ 2023ରେ ପୁଣି ପାରମ୍ପରିକ ରୀତିନୀତି ଅନୁସାରେ ପୁନର୍ବାର ବିବାହ କରିଥିଲେ। ଛାଡ଼ପତ୍ରକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଚଳିତ ବର୍ଷ ଜୁଲାଇରେ ଉଭୟ ଅଲଗା ହୋଇଥିଲେ। ଏହାପରେ ନତାଶା ଅଗସ୍ତ୍ୟଙ୍କୁ ନେଇ ସର୍ବିଆ ଚାଲି ଯାଇଥିଲେ।

Leave a Reply

Your email address will not be published. Required fields are marked *