Pratidin TV

Odisha's Digital News Platform

ବିଶ୍ୱକପରୁ ଆଉଟ ହେବା ପରେ ହାର୍ଦ୍ଦିକ କହିଲେ ‘ ଏହି କଥା ହଜମ କରିବା ମୋ ପାଇଁ କଷ୍ଟକର ।’

ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଭାରତ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ହେଲେ ବିସିସିଆି ପକ୍ଷରୁ ଯେଉଁ ଖବର ଘୋଷଣା ହେଲା ତାକୁ ନେଇ ଖାଲି ଭାରତୀୟ ଫ୍ୟାନ୍ସ ନୁହେଁ ଖୋଦ ଖେଳାଳୀଙ୍କ ମଧ୍ୟ ହୃଦୟ ଭାଙ୍ଗି ଯାଇଛି । ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତର ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ସେମିଫାଇନାଲରେ ଫେରିପାରନ୍ତି ବୋଲି ଆଶା କରାଯାଉଥିଲା, କିନ୍ତୁ ଏହି ସମୟରେ ବିଶ୍ୱକପରୁ ବାହାରିବା ଖବର ପ୍ରଶଂସକଙ୍କ ଭିତରେ ଚହଳ ପକାଇ ଦେଇଛି । ଆଜ୍ଞ ହଁ ଆହତ କାରଣରୁ ବିଶ୍ୱକପରୁ ବାଦ ପଡିଲେ ହାର୍ଦ୍ଦିକ । ଆଉ ବାଦ ପଡିବା ପରେ ନିଜ ଦୁଃଖ ସମ୍ଭାଳି ନପାରି ହାର୍ଦ୍ଦିକ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ନିଜର ମନରେ ଥିବା ଦୁଃଖକୁ ଲେଖି ପୋଷ୍ଟ କରିଛନ୍ତି । ବର୍ତ୍ତମାନ ଏହି ପ୍ରସଙ୍ଗରେ ପାଣ୍ଡ୍ୟାଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଟୁର୍ନାମେଣ୍ଟରୁ ବାହାରକୁ ଆସିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, ‘ବିଶ୍ୱକପ୍‌ର ଅବଶିଷ୍ଟ ମ୍ୟାଚ୍ ଖେଳି ପାରିବି ନାହିଁ ବୋଲି ଶୁଣି ଏହାକୁ ହଜମ କରିବା ମୋ ପାଇଁ କଷ୍ଟକର । ମୁଁ ଉତ୍ସାହର ସହିତ ଦଳ ସହିତ ରହିବି ଏବଂ ପ୍ରତ୍ୟେକ ମ୍ୟାଚର ପ୍ରତ୍ୟେକ ବଲରେ ସେମାନଙ୍କୁ ଉତ୍ସାହିତ କରିବି । ସମସ୍ତଙ୍କୁ ଶୁଭେଚ୍ଛା, ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ, ଏହା ଅବିଶ୍ୱସନୀୟ । ଏହି ଦଳ ସ୍ୱତନ୍ତ୍ର ଏବଂ ମୁଁ ନିଶ୍ଚିତ ଯେ ଆମେ ସମସ୍ତଙ୍କୁ ଗର୍ବିତ କରିବୁ ।

ସୂଚନାମୁତାବକ , ଗୋଡର ଆଘାତ ଲାଗିତିବା ବେଳେ ଠିକ୍ ସମୟରେ ସୁସ୍ଥ ହେବାରେ ବିଫଳ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚାଲିଥିବା ଆଇସିସି ବିଶ୍ୱକପ ୨୦୨୩ ରୁ ବାଦ ଦେବାକୁ ପଡିଲା । ପାଣ୍ଡ୍ୟାଙ୍କ ସ୍ଥାନରେ ୧୭ ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଦ୍ରୁତ ବୋଲର ପ୍ରସାଦ କୃଷ୍ଣଙ୍କୁ ଦଳକୁ ଅଣାଯାଇଛି । ଅକ୍ଟୋବର ୧୯ ରେ ପୁଣେରେ ବାଂଲାଦେଶ ବିପକ୍ଷ ଭାରତୀୟ ଦଳ ମ୍ୟାଚରେ ନିଜ ବୋଲିଂ ଫିଲ୍ଡିଂ କରୁଥିବାବେଳେ ପାଣ୍ଡ୍ୟା ତାଙ୍କ ବାମ ଗୋଡରେ ଆଘାତ କରିଥିଲେ ବୋଲି ଆଇସିସି ଏକ ଗଣମାଧ୍ୟମରେ ପ୍ରକାଶ କରିଛି । ଟିମ୍ ଇଣ୍ଡିଆ ବର୍ତ୍ତମାନ ବିଶ୍ୱକପ୍‌ରେ ଅପରାଜିତ ରହିଛି ଏବଂ କ୍ରମାଗତ ୭ ଟି ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଦଳ ହୋଇପାରିଛି । ରବିବାର ଦିନ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବେ ଏବଂ ତା’ପରେ ଆସନ୍ତା ସପ୍ତାହରେ ନଭେମ୍ବର ୧୨ ରେ ନେଦରଲ୍ୟାଣ୍ଡ ସହ ସାମ୍ନା କରିବ ଭାରତ ।

Leave a Reply

Your email address will not be published. Required fields are marked *