Pratidin TV

Odisha's Digital News Platform

ନତାଶା ଙ୍କୁ ଛାଡି ଅଜଣା ଯୁବତୀ ଙ୍କ ସହ ହାର୍ଦ୍ଦିକ ! ସମସ୍ତେ ଦେଲେ ଏହି ପରାମର୍ଶ ..

1 min read

ଭାରତର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ଙ୍କ ଭିତରେ ଦୀର୍ଘ ଦିନ ହେବ ମତଭେଦ ଥିବା ଚର୍ଚ୍ଚା ଖବର ସାମ୍ନାକୁ ଆସିଥିଲା । ଉଭୟଙ୍କ ଭିତରେ ବିବାହ ବିଚ୍ଛେଦ ର ଖବର ମଧ୍ୟ ଚର୍ଚ୍ଚାର ଶିରୋନାମା ପାଲଟିଥିଲା । ହେଲେ ଏବିଷୟରେ ଏଯାଏ ମୁଁହ ଖୋଲିନାହାନ୍ତି ଦମ୍ପତ୍ତି । ଦୁହିଁଙ୍କ ଭିତରେ କ’ଣ ଚାଲିଛି, ତାହା ଜାଣିବା ପାଇଁ ଫ୍ୟାନ୍ସ ମଧ୍ୟ ପାଗଳ ପରି ଚାହିଁ ରହିଛନ୍ତି  । ହେଲେ ପ୍ରକୃତ ସତ ଏଯାଏଁ ସାମ୍ନାକୁ ଆସିପାରିନାହିଁ । ତେବେ ଏହାରି ମଧ୍ୟରେ ନତାଶା ଓ ହାର୍ଦ୍ଦିକ କରୁଥିବା ପୋଷ୍ଟ ‌‌ଏବେ ପୁଣି କୁହୁଳୁଥିବା ନିଆଁରେ ଘିଅ ଢ଼ାଳିଛି। ଛାଡପତ୍ର ଖବର ମଧ୍ୟରେ ଭାରତ ଟି-୨୦ବିଶ୍ୱକପ ଜିତିବା ପରେ ବି କୌଣସି ପୋଷ୍ଟ ସେୟାର କରିନଥିଲେ ନତାଶା। ଏହା ସହ ହାର୍ଦ୍ଦିକ ମଧ୍ୟ କେବଳ ନିଜ ପୁଅ ସହ ଜିତିବାର ଖୁସି ପାଳନ କରିଥିବା ଦେଖାଯାଇଥିଲା।

ଏସବୁ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏମଧ୍ୟରେ ଜଣେ ଯୁବତୀ ହାର୍ଦ୍ଦିକଙ୍କ ସହ ଫଟୋ ସେୟାର କରିଛନ୍ତି। ଫଟୋରେ ଦୁହେଁ ହସୁଥିବା ବେଳେ ପରସ୍ପରକୁ ଦେଖୁଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ଲୋକେ ହାର୍ଦ୍ଦିକଙ୍କୁ ବିବାହ କରିବାକୁ ଉପଦେଶ ଦେବା ଆରମ୍ଭ କରିଛନ୍ତି। ତେବେ ଯୁବତୀଜଣକ କେବଳ ହାର୍ଦ୍ଦିକଙ୍କ ସହ ନୁହେଁ, ତାଙ୍କ ଭାଇ ଓ ଭାଉଜଙ୍କ ସହ ମଧ୍ୟ ଫଟୋ ଉଠାଇଥିବା ଦେଖାଯାଇଛି। ଫଟୋରେ ଥିବା ଯୁବତୀ ଙ୍କ ନାମ ହେଉଛି ପ୍ରାଚୀ ସୋଲାଙ୍କି। ପ୍ରାଚୀ ହେଉଛନ୍ତି ଜଣେ ଇନଫ୍ୟୁଏଞ୍ଜର୍ସ ଓ ମେକଅପ ଆର୍ଟିଷ୍ଟ । ତେବେ ହାର୍ଦ୍ଦିକଙ୍କ ସହ ତାଙ୍କର ସମ୍ପର୍କ କଣ ତାହା ଏଯାଏଁ ଜଣାପଡିନାହିଁ ।

Advertisement

Leave a Reply

Your email address will not be published. Required fields are marked *