ଆହତ ଯୋଗୁଁ ବିଶ୍ୱକପରୁ ବାଦ ପଡିଯିବେ କି ହାର୍ଦ୍ଦିକ? ଇଂଲଣ୍ଡ ବିପକ୍ଷରେ ବି ଖେଳିବେନି ମ୍ୟାଚ୍..
1 min readଆଗାମୀ ରବିବାର ପରି ପୁଣି ଏଥର ହେବ ସୁପର ସଣ୍ଡେରେ ସୁପର ମୁକାବିଲା । କାରଣ ୭ ଦିନ ପରେ ମୈଦାନକୁ ଓହ୍ଲାଇବ ଭାରତ । ଚଳିତ ରବିବାର ମୁହାଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ । ତେବେ ଗତ ରବିବାର ନ୍ୟୁଜିଲାଣ୍ଡକୁ ହରାଇ ଭାରତ ପଏଣ୍ଟ ଟେବୁଲର ଟପ ରେ ରହିଛି । ହେଲେ ଭାରତୀୟ ଟିମ ପାଇଁ ଏବେ ବି ନିରାଶଜନକ ଖବର ରହିଛି । କାରଣ ଦଳର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ସୁଧା ସୁସ୍ଥ ହୋଇ ନାହାନ୍ତି । ସେ ବିଶ୍ୱକପର ଆଗାମୀ ମ୍ୟାଚ ଖେଳି ପାରିବେ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ ଦ୍ୱନ୍ଦ ରହିଛି ବିସିସିଆଇ । ହାର୍ଦ୍ଦିକ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳୁଥିବା ବେଳେ ଆଘାତର ଶିକାର ହୋଇଥିଲେ । ଯାହା ଫଳରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ମୈଦାନକୁ ଓହ୍ଲାଇ ପାରି ନଥିଲେ । ତେବେ ଅକ୍ଟୋବର ୨୯ରେ ଇକାନା ଷ୍ଟାଡିୟମରେ ଭାରତ-ଇଂଳଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ । ଆଉ ଏହି ମ୍ୟାଚରେ ଖେଳିବେନି ହାର୍ଦ୍ଦିକ । ଏନେଇ ବିସିସଆଇର ଜଣେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୁଧା ହାର୍ଦ୍ଦିକ ଫିଟ୍ ହୋଇ ନାହାନ୍ତି । ଗଭୀର ଆଘାତ ଯୋଗୁଁ ସେ ବୋଲିଂ କରି ପାରିବେ ନାହିଁ । ତାଙ୍କ ବାମ ଗୋଡରେ ଆଘାତ ଲାଗିଛି । ପାଣ୍ଡ୍ୟାଙ୍କ ସ୍କାନ କରାଯାଇଛି । ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ସେ ବିସିସିଆଇର ମେଡିକାଲ ଟିମ୍ ତତ୍ତ୍ୱାବଧାନରେ ଅଛନ୍ତି ।