Pratidin TV

Odisha's Digital News Platform

ମୁକ୍ତିଲାଭ କରିଲା ‘ହରି ହର ବୀରମଲ୍ଲୁ’ର ହିନ୍ଦୀ ଟିଜର, ଔରଙ୍ଗଜେବ ଭୂମିକାରେ ହୋସ ଉଡାଇଛନ୍ତି ବବି ଦେଓଲ

ପାୱାର ଷ୍ଟାର ପୱନ କଲ୍ୟାଣଙ୍କ ଆଗାମୀ ଚଳଚ୍ଚିତ୍ର ‘ହରି ହର ବୀରମଲ୍ଲୁ’ର ଟିଜର ରିଲିଜ ହୋଇସାରିଛି । ଏହା ହେଉଛି ତାଙ୍କର ପାନ୍ ଇଣ୍ଡିଆ ଚଳଚ୍ଚିତ୍ର, ଯେଉଁଥିପାଇଁ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ | ଟିଜର ସହିତ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ରିଲିଜ ହୋଇଛି। ଏହି ଫିଲ୍ମ ଚଳିତ ବର୍ଷ ମୁକ୍ତିଲାଭ କରିବ। ତେବେ ଏହାର ତାରିଖ ସମ୍ପର୍କରେ ନିର୍ମାତାମାନେ କୌଣସି ସୂଚନା ଦେଇନାହାଁନ୍ତି।

ପୱନ କଲ୍ୟାଣଙ୍କ ବ୍ୟତୀତ ନିଧି ଅଗ୍ରୱାଲ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳିବ। ବବି ଦେଓଲଙ୍କୁ ଦେଖିବା ପାଇଁ ଦର୍ଶକମାନେ ଅଧିକ ଆଗ୍ରହୀ ଥିଲେ, କାରଣ ସେ ଏହି ଚଳଚ୍ଚିତ୍ରରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି | ତାଙ୍କ ଚରିତ୍ରର ସାମାନ୍ୟ ଝଲକ ମଧ୍ୟ ଟିଜରରେ ଦେଖିବାକୁ ମିଳିଛି, ଯାହା ପ୍ରଶଂସକଙ୍କ ଆଗ୍ରହକୁ ଅତ୍ୟଧିକ ବଢ଼ାଇଦେଇଛି | ନିର୍ମାତାଙ୍କ ଘୋଷଣା ଅନୁଯାୟୀ ଚଳିତ ବର୍ଷ ଶେଷ ଆଡ଼କୁ ମୁକ୍ତିଲାଭ କରିବ ‘ହରି ହର ବୀରମଲ୍ଲୁ’।

Leave a Reply

Your email address will not be published. Required fields are marked *