Pratidin TV

Odisha's Digital News Platform

ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ , ହରିନୀ ଅମରାସୁରେୟା..

1 min read

ଶ୍ରୀଲଙ୍କାକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭାବେ ନ୍ୟାସନାଲ ପିପୁଲ୍ସ ପାୱାରର ସାଂସଦ ଡକ୍ଟର ହରିନୀ ଅମରସୁରୀୟା ଆଜି ଶପଥ ଗ୍ରହଣ କରିଛନ୍ତି।  ରାଷ୍ଟ୍ରପତି ସଚିବାଳୟରେ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନର ଗୋଟିଏ ଦିନ ପରେ ଗତକାଲି ଶ୍ରୀ ଦିସାନାୟକେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।ନିର୍ବାଚନର ଗୋଟିଏ ଦିନ ପରେ ଗତକାଲି ଶ୍ରୀ ଦିସାନାୟକେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।

ନ୍ୟାସନାଲ ପିପୁଲ୍ସ ପାୱାର ସାଂସଦ ବିଜିଥ ହେରାଥ ଏବଂ ଲକ୍ଷ୍ମଣ ନିପୁନ ଆରାଚି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।ସେ ହୋଇଛନ୍ତି ଶ୍ରୀଲଙ୍କାର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ । ସୂଚନାଯୋଗ୍ୟ, ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି) ଅମରାସୁରେୟାର ୫୪ ବର୍ଷୀୟ ନେତାଙ୍କୁ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକ ଶପଥ ପାଠ କରାଇଥିଲେ। ସିରିମାଭୋ ବନ୍ଦରନାୟିକା ଶ୍ରୀଲଙ୍କାର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । କେବଳ ଶ୍ରୀଲଙ୍କା ନୁହେଁ, ସେ ଥିଲେ ବିଶ୍ବର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ସେ ପ୍ରଥମ ଥର ପାଇଁ ୧୯୬୦ରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେହିପରି ଚନ୍ଦ୍ରିକା କୁମାରତୁଙ୍ଗା ଥିଲେ ଶ୍ରୀଲଙ୍କାର ୨ୟ ପ୍ରଧାନମନ୍ତ୍ରୀ ।

Advertisement

Leave a Reply

Your email address will not be published. Required fields are marked *