Pratidin TV

Odisha's Digital News Platform

ୟୁକ୍ରେନ-ଋଷିଆର ୱାରରେ ଧ୍ବଂସ ହେଲା ହ୍ୟାରିପୋର୍ଟର ମହଲ…ଚାଲିଗଲା ୪ ଜଣଙ୍କ ଜୀବନ

1 min read

ୟୁକ୍ରେନର ଦକ୍ଷିଣ ବନ୍ଦର ନଗରୀ ଓଡେଶା ଉପରେ ରୁଷିଆ କ୍ଷପଣାସ୍ତ୍ରରେ ଆକ୍ରମଣ କରିଛି | ଯାହା ଫଳରେ ‘ହ୍ୟାରି ପୋଟର୍ କାଷ୍ଟାଲ’ ନାମକ ପ୍ରସିଦ୍ଧ ପ୍ରାସାଦ ଧ୍ୱସ ହୋଇଯାଇଛି | ଏହି ଆକ୍ରମଣରେ ପ୍ରାୟ ୨0 ଟି ଆବାସିକ କୋଠା ଏବଂ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ବୋଲି ୟୁକ୍ରେନ ଅଧିକାରୀ କହିଛନ୍ତି। ଋଷିଆର ଆକ୍ରମଣର ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ସେୟାର କରାଯାଇଛି।

ୟୁକ୍ରେନର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରକାଶିତ ଏହି ଆକ୍ରମଣର ଭିଡ଼ିଓ ଏବଂ ଫଟୋରେ ଦର୍ଶାଯାଇଛି ଯେ ଏକ ଶିକ୍ଷାନୁଷ୍ଠାନ ଉପରେ ଆକ୍ରମଣ ହୋଇଥିଲା | କ୍ଷପଣାସ୍ତ୍ର ଆକ୍ରମଣ ପରେ ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ କାଷ୍ଟାଲରେ ନିଆଁ ଲାଗିଯାଇଥିଲା | ୟୁକ୍ରେନ ଅଧିକାରୀମାନେ ବିଶ୍ୱାସ କରୁଛନ୍ତି ଯେ ରୁଷିଆର ଏହି ଆକ୍ରମଣ ପାଇଁ ଇସ୍କାଣ୍ଡର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ କ୍ଲଷ୍ଟର ଗୁଳି ବ୍ୟବହାର କରିଥିଲା। ଏହି ଆକ୍ରମଣରେ ଗତକାଲି ୪ ଜଣଙ୍କ ଜୀବନ ଚାଲିଯାଇଥିବା ନେଇ ସୂଚନା ମିଳିଛି | ୩0ଜଣ ହୋଇଛନ୍ତି ଆହତ | ଆହତ ମଧ୍ୟରୁ ୨ ଶିଶୁ ଏବଂ ଜଣେ ଗର୍ଭବତୀ ମହିଳା |

Advertisement

ୟୁକ୍ରେନ ଅଧିକାରୀ କହିଛନ୍ତି ଯେ ‘ଅନୁସନ୍ଧାନ ଜାରି ରହିଛି, ଯେଉଁମାନେ ୟୁକ୍ରେନର ଶାନ୍ତିପୂର୍ଣ୍ଣ ସହର ଉପରେ ଆକ୍ରମଣ କରିଥିଲେ ସେମାନଙ୍କ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।’

Leave a Reply

Your email address will not be published. Required fields are marked *