Pratidin TV

Odisha's Digital News Platform

ବାଟବଣା ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା ; ଟଙ୍କା ହରିଲୁଟ କରୁଛନ୍ତି ଚାଲାଖିଆ ସରପଞ୍ଚ,.

କେନ୍ଦ୍ରାପଡା : ପାଞ୍ଚ ମାସ ହେବ ଵୃଦ୍ଧା ଆରପାରିକୁ ଚାଲି ଗଲେଣି କିନ୍ତୁ ଆଜି ଯାଏଁ ମିଳୁନି ହରିଶ୍ଚନ୍ଦ୍ର ଯୋଜନା ଟଙ୍କା । ଗରିବ ଗୁରୁବା ଶବ ସତ୍କାର ପାଇଂ ରାଜ୍ୟ ସରକାର ସେମ।ନଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଯୋଗାଇ ଦେଉଛନ୍ତି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତରେ ତାହା ର ବିପରୀତ ଘଟଣା ଦେଖିବାକୁ ମିଳିଛି । ବଙ୍ଗାଳପୁର ଗ୍ରାମ ର ଜଣେ ଵୃଦ୍ଧା ସାବିତ୍ରୀ ଜେନା ଗତବର୍ଷ ନଭେମ୍ବର ମାସ ତିରିଶ ତାରିଖ ରେ ମୃତୁ ବରଣ କରିଥିଲେ ।

ନିୟମାନୁଯାୟୀ ମୃତ ବ୍ୟକ୍ତି ଙ୍କୁ ସଂଗେ ସଂଗେ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଦିଆଯିବା କଥା । କିନ୍ତୁ ବଙ୍ଗାଳପୁର ଗ୍ରାମର ସରପଞ୍ଚ ଅମୀୟ ରଂଜନ ଜେନା ମୃତ ଵୃଦ୍ଧାଙ୍କ ପରିବାରକୁ ଟଙ୍କା ଦେଇନଥିଲେ । ଦିନ ପରେ ଦିନ ବିତି ଯାଇଥିଲେ ମଧ୍ୟ ହରିଶ୍ଚନ୍ଦ୍ର ଟଙ୍କା ନମିଳିବାରୁ ମୃତକଙ୍କ ପୁଅ ଗରଦପୁର ବ୍ଲକ କାର୍ଯ୍ୟାଳୟରେ ଏ ବାବଦରେ ବୁଝିଥିଲେ । ସେଠାରୁ ମୃତ ସାବିତ୍ରୀ ଜେନାଙ୍କ ପୁଅ ଜାଣିବାକୁ ପାଇଥିଲେ ଯେ ଟଙ୍କା ମିଳିଛି । କିନ୍ତୁ ସେହି ହରିଶ୍ଚନ୍ଦ୍ର ଟଙ୍କା କୁ ସରପଞ୍ଚ ଆତ୍ମସାତ କରିଦେଇଛନ୍ତି ।

ବ୍ଲକ ମୃତକ ଙ୍କ ନାମ ରେ ଟଙ୍କା ସାଂକ୍ସନ କରିଥିଲେ ବି ହିତାଧିକାରି ଙ୍କୁ ସେ ଟଙ୍କା ନଦେଇ ସରପଞ୍ଚ ହରିଚନ୍ଦ୍ର ଯୋଜନା ଟଙ୍କା ହରିଲୁଟ କରିଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ପୁଅ ବୋହୁ । ସ୍ଥାନୀୟ ବଙ୍ଗାଳପୁର ସରପଞ୍ଚ ମଧ୍ୟ ଏ କଥାକୁ ସ୍ୱୀକାର କରିଥିଲେ ଓ ଟଙ୍କା ଏ ପର୍ଯ୍ୟନ୍ତ ହିତାଧିକାରୀ ଙ୍କୁ ଦେଇନଥିବା କହିଥିଲେ ।ଏବେ ପ୍ରଶ୍ନ ଉଠୁଛି ଯେ କେବେ ଏହି ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଟଙ୍କା ମିଳିବ?

Leave a Reply

Your email address will not be published. Required fields are marked *