Pratidin TV

Odisha's Digital News Platform

ନାବାଳିକା ପ୍ରେମରେ ପାଗେଳୀ ସାଜିଲେ ଯୁବତୀ : ବାହା ହେବା ପାଇଁ ହରିୟାଣାରୁ ଧାଇଁ ଆସିଲ ଓଡିଶା ..

1 min read

ଭୁବନେଶ୍ୱର : ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ଏଭଳି ଘଟଣା ଆଖିôକୁ ବିଶ୍ୱାସ ମଧ୍ୟ ହୋଇନପାରେ । ଆଜିକାଲି ସୋସିଆଲ ମିଡିଆ ପ୍ରେମ ସାଧାରଣ ଘଟଣା ହୋଇଗଲାଣି । କିନ୍ତୁ ନିକଟରେ ଯାହା ଘଟିଛି ତାହା ଲୋକଙ୍କୁ ଆବାକ୍ କରିଦେଇଛି । କାରଣ ସୋସିଆଲ ମିଡିଆରେ ପ୍ରେମ ଘଟଣା ଆମେ ଅନେକ ଶୁଣିଥିବା । ଅନେକ ପୁଅ ଝିଅ ସୋସିଆଲ ମିଡିଆରୁ ନିଜ ପ୍ରେମ ଜୀବନ ଆରମ୍ଭ କରି କିଛିୁ ସେଥିରେ ସଫଳ ହୋଇଥିବା ବେଳେ କିଛି ବିଫଳ ମଧ୍ୟ ହୋଇଥାନ୍ତି । କିନ୍ତୁ ଏଠି ଘଟଣା ଟିକେ ଅଲଗା । ଏଠି କୌଣସି ପୁଅ ଝିଅ ପ୍ରେମରେ ପଡିନାହିଁ । ବରଂ ଜଣେ ଝିଅ ହିଁ ଝିଅ ପ୍ରେମରେ ପଡି ଧାଇଁ ଆସିଛି କାହିଁ କେତେଦୂର । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅର୍ନ୍ତଗତ ଶଙ୍ଖାରି ଅଞ୍ଚଳରେ ଘଟିଛି।

ସୂଚନା ଅନୁସାରେ, ଶଙ୍ଖାରି ଅଞ୍ଚଳର ଜଣେ ନାବାଳିକାଙ୍କ ସହ ହରିୟାଣା ସୋନିପଥ ଥାନା ଅନ୍ତର୍ଗତ ତାଜପୁର ଅଞ୍ଚଳର (୨୦) ବର୍ଷୀୟା କାଜଲଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଇନ୍‌ଷ୍ଟାଗ୍ରାମରେ ଉଭୟଙ୍କ ପରିଚୟ ହୋଇଥିଲା। ଏହାପରେ କଥାବାର୍ତ୍ତା ବଢିଥିଲା । ଯାହା କିଛିଦିନ ପରେ ପ୍ରେମରେ ପରିଣତ ହୋଇଯାଇଥିଲା । ଆଉ ଏହି ପ୍ରେମରେ ପାଗେଳୀ ହୋଇ ଉଭୟ ଉଭୟଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

Advertisement

ମିଳିଥିବା ସୂଚନା ଅନୁଯାୟୀ ଦୁହିଁଙ୍କ ମଧ୍ୟରେ ବର୍ଷେ ହେଲା ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ କାଜଲ ସମ୍ପୃକ୍ତ ନାବାଳିକାଙ୍କୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ ଟ୍ରେନରେ ଦୀଘା ପହଞ୍ଚିଥିଲେ ଓ ପରେ ଏକ ଅଟୋରେ ନାବାଳିକାଙ୍କ ପାଖକୁ ଯାଇଥିଲେ। ବଡପାହି ଗାଁରେ ଉଭୟଙ୍କ ଭେଟ ହୋଇଥିଲା।

ସେଠାରୁ ନାବାଳିକାକୁ ଧରି କାଜଲ ଚମ୍ପଟ ମାରିବାବେଳେ ପରିବାର ଲୋକଙ୍କ ହାବୁଡ଼ରେ ଉଭୟେ ପଡ଼ିଯାଇଥିଲେ। ଉଭୟଙ୍କୁ ଆଣି ପରିବାର ଲୋକେ ଚନ୍ଦନେଶ୍ୱର ଫାଣ୍ଡିରେ ଜିମା ଦେଇଥିଲେ। ଫାଣ୍ଡି ଅଧିକାରୀ ବିଶ୍ୱନାଥ କର କାଜଲଙ୍କ ପରିବାର ଲୋକଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାବେଳେ କାଜଲଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

Leave a Reply

Your email address will not be published. Required fields are marked *