Pratidin TV

Odisha's Digital News Platform

ବଦଳିଗଲା ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ଚେହେରା , ନୂଆ ଲୁକ ରେ ଟ୍ରୋଲରଙ୍କୁ ଦେଲେ କଡ଼ା  ଜବାବ..

1 min read

 ପୁଣି ଚର୍ଚ୍ଚାରେ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସାନ୍ଧୁ। ବଦଳିଗଲା ପୁଣି ତାଙ୍କ ଚେହେରା। ତାଙ୍କୁ ଚିହ୍ନିବା ହେଲା ମୁସ୍‌କିଲ୍‌। କେତେବେଳେ ନିଜ ବଢ଼ୁଥିବା ଓଜନକୁ ନେଇ ଆଉ କେତେବେଳେ ଆଇନ୍‌ ମାମଲାରେ ଫସି ଚର୍ଚ୍ଚାରେ ରହୁଥିବା ହରନାଜ ଏବେ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାଙ୍କର ଏକ ନୂଆ ଲୁକ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କୁ ଚିହ୍ନବା କଷ୍ଟକର ହୋଇପଡିଛି। ବାସ୍ତବରେ ମିସ୍‌ ୟୁନିର୍ଭସ ହରନାଜ ସାନ୍ଧୁ ବର୍ତ୍ତମାନ ସେ ନିଜକୁ ଟ୍ରାନ୍ସଫର୍ମ କରି ଟ୍ରୋଲରଙ୍କୁ  ଦେଇଛନ୍ତି ଜବାବ। ଗ୍ଲାମରସ୍‌ ଅବତାରରେ ନିଜର ନୂଆ ଫଟୋସୁଟ୍‌ କରିଛନ୍ତି। ତାଙ୍କର ଫଟୋସୁଟ୍‌ର ବେଳର ଭିଡିଓ ଓ ଫଟୋ ଏବେ ସୋଶାଲ ମିଡିଆରେ ଛାଇ ଯାଇଛି। ହରନାଜଙ୍କ ଲୁକ୍‌କୁ ଦେଖି ଅନେକ ଚକିତ ହୋଇପଡିଛନ୍ତି। ସେହିପରି ଆଉ କେତେକଙ୍କୁ ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ଅନ୍ଦାଜ ବେଶ୍‌ ପସନ୍ଦ ଆସିଛି।

ତେବେ ସେ ମିସ୍ କସ୍ମୋ ୨୦୨୪ରେ ଅଂଶଗ୍ରହଣ କରିବାକୁ ଭିଏତନାମ ଯାଇଥିଲେ। ଯେଉଁଠାରେ ସେ ଏକ ଗୋଲ୍ଡେନ୍ ଗାଉନ୍ ରେ  ଏକ ଭିନ୍ନ ଷ୍ଟାଇଲ୍ ରେ  ଜଲୱା  ଦେଖାଇଛନ୍ତି। ଏହି ବିୟୁଟି କ୍ୱିନ୍ ହର୍ନାଜ୍ ଗୋଲ୍ଡେନ୍ ଗାଉନ୍ ରେ  ବହୁତ ପତଳା ଦେଖାଯାଉଛନ୍ତି। ଯାହାର ଫଟୋ ନିଜ ସୋସିଆଲ ମିଡିଆରେ ସେ ପୋଷ୍ଟ କରିଛନ୍ତି ।

Advertisement

୨୦୨୧ ମିସ୍‌ ୟୁନିର୍ଭସ ମୁକୁଟ ହାତେଇ ହରନାଜ ଭାରତ ପାଇଁ ଆଣିଥିଲେ ଗର୍ବ ଆଉ ଗୌରବ। ସେ ମିସ୍‌ ୟୁନିର୍ଭସ ହେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ସ୍ଲିମ ଫିଗର ଓ ତାଙ୍କ ସୁନ୍ଦର ଚେହେରା ସମସ୍ତଙ୍କୁ ଆଟ୍ରାକ୍ଟ କରିଥିଲା। ତେବେ କିଛି ଦିନ ତଳେ ହଠାତ ଏକ ଅଗଲା ଲୁକରେ ସାମ୍ନାକୁ ଆସିଥିଲେ ହରନାଜ। ସେ ଫିଟ୍‌ରୁ ହୋଇଯାଇଥିଲେ ଫ୍ୟାଟ୍‌। ବଢ଼ିଯାଇଥିଲା ତାଙ୍କ ଓଜନ। ଏଥିପାଇଁ ସେ ସୋଶାଲ ମିଡିଆରେ ଟ୍ରୋଲ ଶିକାର ହୋଇଥିଲେ।

Leave a Reply

Your email address will not be published. Required fields are marked *