Pratidin TV

Odisha's Digital News Platform

ରାସ୍ତାରେ କୁକୁର କିମ୍ବା ଅନ୍ୟ ପଶୁ ଆକ୍ରମଣ କଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା…

1 min read

ଏଥର ଯଦି କୁକୁର କିମ୍ବା କୈାଣସି ପଶୁ ଆକ୍ରମଣ କରନ୍ତି, ତେବେ ତାହାର ଦାୟୀ ରହିବେ ସରକାର । ଆଉ ପିଡୀତଙ୍କୁ ଦେବେ କ୍ଷତି ପୂରଣ । ଯଦି କୈାଣସି ଗରିବ ପରିବାରର ସଦସ୍ୟ କୁକୁର କାମୁଡ଼ିବା କିମ୍ବା ବିଲେଇ ପଶୁଙ୍କ ଆକ୍ରମଣ ହେତୁ ଅକ୍ଷମ ହୋଇଯାଆନ୍ତି । ତେବେ ସରକାର ପୀଡିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବେ । କୁକୁର କାମୁଡା କ୍ଷେତ୍ରରେ ହାଇକୋର୍ଟଙ୍କ ରାୟକୁ ନେଇ ହଲଚଲ ହୋଇଛି ପଞ୍ଜାବ ଓ ହରିଆଣା । ରାଜ୍ୟ ସରକାର କ୍ଷତିପୂରଣ ଦେବା ପାଇଁ ଦାୟୀ ବୋଲି କହିଛନ୍ତି ଅଦାଲତ । ବୁଧବାର ରାତିରେ ହରିୟାଣା ସରକାର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି । କୁକୁର କାମୁଡା କ୍ଷେତ୍ରରେ ଗୋଟିଏ ଦନ୍ତକ୍ଷତ ପାଇଁ ସର୍ବନିମ୍ନ ୧୦ ହଜାର ଟଙ୍କା ଏବଂ ୦ ଦଶମିକ ୨ ସେଣ୍ଟିମିଟରର କ୍ଷତ ଲାଗି ସର୍ବନିମ୍ନ ୨୦ ହଜାର ଟଙ୍କା ସହାୟତା ଦେବା ଜରୁରୀ ବୋଲି କହିଛନ୍ତି କୋର୍ଟ । କୁକୁର ଓ ଗାଈଗୋରୁଙ୍କ ଆକ୍ରମଣ ସଂକ୍ରାନ୍ତ ୧୯୩ଟି ପିଟିସନର ଶୁଣାଣି କରି ଏହା କହିଛନ୍ତି କୋର୍ଟ । ଦେଶରେ କୁକୁର କାମୁଡାକୁ ନେଇ ବିତର୍କ ଜାରି ରହିଥିବାବେଳେ ଅଦାଲତଙ୍କ ରାୟ ଗୁରୁତ୍ୱପୂର୍ଣ୍ଣ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତି ମାସରେ ହାରାହାରି ୧୦ ଜଣ ଲୋକ ରାସ୍ତାରେ ବୁଲୁଥିବା ପଶୁମାନଙ୍କ ଯୋଗୁଁ ମୃତ୍ୟୁବରଣ କରନ୍ତି । ପଶୁମାନଙ୍କ ଦ୍ୱାରା ଘଟିଥିବା ଦୁର୍ଘଟଣାରେ କେତେ ଲୋକ ଅକ୍ଷମ ହୋଇଛନ୍ତି । କିଛିଦିନ ପୂର୍ବେ ୱାଘା ବକ୍ରି ଟି ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କର ମଧ୍ୟ କୁକୁର ଆକ୍ରମଣରେ ମୃତ୍ୟୁ ହୋଇଥିଲା । ତେଣୁ ବୁଲା ଜୀବଜନ୍ତୁଙ୍କ ଆକ୍ରମଣ ଓ ସେମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା ସଂକ୍ରାନ୍ତରେ ଏକ କମିଟି ଗଠନ ଲାଗି ପଞ୍ଜାବ, ହରିଆଣା ଓ ଚଣ୍ଡୀଗଡ଼କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ପ୍ରାଣୀମାନଙ୍କ ମଧ୍ୟରେ ଅଛନ୍ତି ଗାଈ, ଷଣ୍ଢ, ବଳଦ, ଗଧ, କୁକୁର, ନୀଳଗାଈ, ଓ ଅନ୍ୟାନ୍ୟ ପୋଷା ପ୍ରାଣୀ ମଧ୍ୟ ଅର୍ନ୍ତଭୁକ୍ତ ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *