Pratidin TV

Odisha's Digital News Platform

ଟଳମଳ ହରିୟାଣା ସରକାର , ସମର୍ଥନ ପ୍ରତ୍ୟାହର କଲେ ୩ ସ୍ୱାଧୀନ ବିଧାୟକ ..

1 min read

ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ରାଜନୀତିରେ ବଡଧରଣର ରାଜନୈତିକ ହଲଚଲ। ଏବେ ଅଡୁଆରେ ପଡିଛନ୍ତି ହରିୟାଣାର ସୈନୀ ସରକାର। କାରଣ ୩ ସ୍ବାଧୀନ ବିଧାୟକ ବର୍ତ୍ତମାନ ସମର୍ଥନ ପ୍ରତ୍ୟାହାର କରି କଂଗ୍ରେସକୁ ସମର୍ଥନ କରିଛନ୍ତି । ଏହି ତିନି ଜଣ ବିଧାୟକ ହେଉଛନ୍ତି ନୀଲୋଖେଡିର ଧର୍ମପାଲ ଗୋନ୍ଦର, ଦାଦରିର ସୋମବୀର ସାଙ୍ଗଓ୍ୱାନ ଓ ପୁଣ୍ଡରୀର ରଣଧୀର ଗୋଲନ୍ ।ଆଜି ରୋହତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡା ଓ ରାଜ୍ୟ ପିସିସି ସଭାପତି ଉଦୟ ଭାନଙ୍କ ସହ ପ୍ରେସମିଟରେ ବିଜେପି ସରକାରକୁ ସମର୍ଥନ ପ୍ରତ୍ୟାହାର ସହ କଂଗ୍ରେସକୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।

କାରଣ ଏ ତିନି ସ୍ୱାଧୀନ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ମିଳିବା , କୃଷକ ସମସ୍ୟା ଅନ୍ୟ କିଛି କାରଣ ପାଇଁ ଦୀର୍ଘ ଦିନ ହେବ ବିଜେପ ଉପରେ ଅସନ୍ତୋଷ ଥିଲେ । ଏହି ତିନି ସ୍ୱାଧୀନ ବିଧାୟକଙ୍କ କହିବା ଅନୁସାରେ , ବିଜେପି ସରକାରଙ୍କ ନୀତି ଜନବିରୋଧୀ ଅଟେ । ଏହି କାରଣରୁ ସେ କଂଗ୍ରେସକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ବିଜେପି ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏବେ ସେ କଂଗ୍ରେସକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରିବେ । ହରିଆଣା ବିଧାନସଭାରେ ୯୦ଟି ଆସନ ରହିଛି । ଶାସକ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଅନୁଯାୟୀ ୪୫ ସିଟ ରହିବା ଆବଶ୍ୟକ ।କିନ୍ତୁ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ପାଖରେ ୪୩ ବିଧାୟକ ଥିଲେ। ଏଥିରୁ ୩ ବିଧାୟକ ନିଜ ସମର୍ଥନ ଫେରାଇ ନେବା ପରେ ତାଙ୍କ ପାଖରେ ଏବେ କେବଳ ୪୦ ବିଧାୟକ ଅଛନ୍ତି। ଯାହାଫଳରେ ଏନଡିଏ ସରକାର ପ୍ରତି ସଂକଟ ବଢିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନିଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।

Advertisement

Leave a Reply

Your email address will not be published. Required fields are marked *