Pratidin TV

Odisha's Digital News Platform

ଭୋଟ ଦେଉଛି ହରିଆଣା; ମୈଦାନରେ ୧୦୩୧ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା, ତେବେ ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତିୁ କେଉଁ ହେବିଓ୍ବେଟ୍ ନେତା

1 min read

ଆରମ୍ଭ ହୋଇଛି ହରିଆଣା ବିଧାନସଭା ନିର୍ବାଚନ । ଶନିବାର ଅର୍ଥାତ୍ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ଏଥିପାଇଁ ୨୦, ୬୩୨ ବୁଟ୍ ହୋଇଛି । ୯୦ ବିଧାନସଭା ଆସନରେ ମତ ସାବ୍ଯସ୍ତ କରିବେ ୨ କୋଟିରୁ ଅଧିକ ଭୋଟର । ମଦଦାନ ବେଳେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନହୁଏ, ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ବରେ ରହିଛନ୍ତି, ୩୦ହଜାର ପୋଲିସ ଫୋର୍ସ। ସେହିପରି ୨୨୫ ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଆଜି ସକାଳୁ ମଧ୍ୟ ଆସି ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି, ଭିଣେଶ ଫୋଗଟ, ମାନୁ ଭାକର ଆସି ନିଜର ମତ ସାବ୍ୟସ୍ତ କରିଛନ୍ତି |

ଆମ୍ ଆଦମୀ ପାର୍ଟି ଏକାକୀ ଲଢୁଛି ୮୮ ଆସନରେ। ଏସୟୁସିଆଇ ୮, ସିପିଆଇ ୨, ଏନସିପି(ଏସପି) ଗୋଟିଏରେ ଲଢୁଛନ୍ତି। ସରକାର ଗଠନରେ ଜେଜେପି ହୋଇପାରେ କିଙ୍ଗମେକର। ମଇଦାନରେ ଅଛନ୍ତି ମୁଖ୍ଯମନ୍ତ୍ରୀ ନାଏବ ସିଂ ସଇନି, ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପିନ୍ଦର ସିଂ ହୁଡ଼ା, ପୂର୍ବତନ ଉପମୁଖ୍ଯମନ୍ତ୍ରୀ ଦୁଶ୍ଯନ୍ତ ଚୌଟାଲା, ରେସଲର ଭିନେଶ ଫୋଗଟ ଓ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ପ୍ରମୁଖ। ସମସ୍ତ ଆସନରେ ଏକାକୀ ଲଢୁଛି ବିଜେପି। ଇଣ୍ଡି ମେଣ୍ଟରେ ସାମିଲ କଂଗ୍ରେସ ଓ ସିପିଏମ। କଂଗ୍ରେସ ୮୯ ଓ ସିପିଏମ ଗୋଟିଏ ଆସନରେ ଲଢୁଛନ୍ତି। ଜନନାୟକ ଜନତା ପାର୍ଟି-JJP ଓ ଆଜାଦ ସମାଜ ପାର୍ଟି-ASP ମଧ୍ଯରେ ହୋଇଛି ମେଣ୍ଟ। ନିର୍ବାଚନରେ ଜେଜେପି ୬୬ ଓ ଏଏସପି ଲଢୁଛି ୧୨ ଆସନରେ। ସେହିପରି ଆଇଏନଏଲଡି ଓ ବିଏସପି ମଧ୍ଯରେ ମେଣ୍ଟ ହୋଇଛି। ଆଇଏନଏଲଡି ୫୧ ଓ ବିଏସପି ୩୫ ଆସନରେ ଲଢୁଛନ୍ତି।

Advertisement

ଏଥର ହରିଆଣାରେ ମୁଖ୍ୟତଃ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ସିଧା ଲଢ଼େଇ ହେଉଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ହରିଆଣାର ୯୦ ବିଧାନସଭା ଆସନ ପାଇଁ ଏଥର ମୈଦାନରେ ଅଛନ୍ତି ୧ ହଜାର ୩୧ ଜଣ ପ୍ରାର୍ଥୀ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟିଂ ରେକର୍ଡ କରିବା ପାଇଁ ହରିଆଣାବାସୀଙ୍କୁ ଅପିଲ କରିଛନ୍ତି। ସେ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଆଜି ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ଅଂଶଗ୍ରହଣ କରିବାକୁ ମୁଁ ସମସ୍ତ ଭୋଟରଙ୍କୁ ନିବେଦନ କରୁଛି। ଭୋଟ୍ ଦେବାରେ ଏକ ନୂତନ ରେକର୍ଡ ସୃଷ୍ଟି କରନ୍ତୁ। ଏହି ଅବସରରେ ରାଜ୍ୟର ସମସ୍ତ ଯୁବ ବନ୍ଧୁଙ୍କୁ ମୋର ଶୁଭେଚ୍ଛା, ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି।’

ତେବେ ଆଜି ବହୁ ହେବିଓ୍ବେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆସନ୍ତୁ ନଜର ପକାଇବା କେଉଁ ଆସନରୁ କିଏ ଲଢୁଛନ୍ତି। ବହୁଚର୍ଚ୍ଚିତ ଗଡ଼ି-ସାମ୍ପଲା କିଲୋଇ ଆସନରେ କଂଗ୍ରେସରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ମଞ୍ଜୁ ହୁଡ୍ଡା।

-ତୋଷମ ଆସନରୁ ଲଢୁଛନ୍ତି କଂଗ୍ରେସର ଅନିରୁଦ୍ଧ ଚୌଧୁରୀ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ଶ୍ରୁତି ଚୌଧୁରୀ। ପୂର୍ବତନ ମୁଖ୍ଯମନ୍ତ୍ରୀ ବଂଶୀଲାଲଙ୍କ ବଂଶଧର ଅନିରୁଦ୍ଧ ଓ ଶ୍ରୁତି। ବିସିସିଆଇର କୋଷାଧ୍ଯକ୍ଷ ଥିଲେ ଅନିରୁଦ୍ଧ।

-ଅମ୍ବାଲା କାଣ୍ଟନମେଣ୍ଟ ଆସନରେ ଲଢୁଛନ୍ତି କଂଗ୍ରେସ ପରିବିନ୍ଦର ସିଂ ପରୀ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ମନ୍ତ୍ରୀ ତଥା ବିଜେପି ନେତା ଅନିଲ ଭିଜ। ୬ ଥରର ବିଧାୟକ ଅନିଲ ଭିଜ।

-ଲଡୱାରେ ଲଢୁଛନ୍ତି ମୁଖ୍ଯମନ୍ତ୍ରୀ ନାଏବ ସିଂ ସାଇନି। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ମେବା ସିଂ। ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ସାଇନି ହୋଇଥିଲେ ସିଏମ।

-ବଦଲିରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି କୁଳଦୀପ ଭାଟସ ତାଙ୍କ ବିରୋଧରେ ଲଢେଇ କରୁଛନ୍ତି ବିଜେପିର ଓ. ପି. ଧନକର। ହରିୟାଣାର ପୂର୍ବତନ ବିଜେପି ସଭାପତି ଧନକର।

-ହୋଡଲରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିୱେଟ ଉଦୟଭାନ। ହୋଡାଲ ଆସନରୁ ୪ ଥର ବିଜୟୀ ହୋଇଛନ୍ତି ଉଦୟ ଭାନ। ପିସିସି ସଭାପତି ଅଛନ୍ତି ଉଦୟ ଭାନ।

-ହିସାରରେ କଂଗ୍ରେସର ରାମ ନିବାସ ରାଡ଼ା, ବିଜେପିର କମଲ ଗୁପ୍ତା ଓ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲଙ୍କ ମଧ୍ଯରେ ହେଉଛି ଲଢେଇ। ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ। ତାଙ୍କ ସ୍ବାମୀ ଓମ ପ୍ରକାଶ ଜିନ୍ଦଲ ହିସାରରୁ ଜିତିଥିଲେ ୩ ଥର

-କୈଥଲରେ ପ୍ରାର୍ଥୀ ଅଛନ୍ତି ଆଦିତ୍ଯ ସୂର୍ଯେୱାଲା, କଂଗ୍ରେସ ହେଭିୱେଟ ରଣଦୀପ ସୂର୍ଯେୱାଲାଙ୍କ ପୁଅ ଆଦିତ୍ଯ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଲୀଲା ରାମ।

-ବହୁଚର୍ଚ୍ଚିତ ଆସନ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ରେସଲର ଭିନେଶ ଫୋଗଟ। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ପରମିନ୍ଦର ସିଂ ଗୁଲ। ରେସଲର ଭାବେ ଖ୍ଯାତି ଅର୍ଜନ କରିଛନ୍ତି ଭିନେଶ।

-ଉଚାନାରେ କଂଗ୍ରେସର ବ୍ରିଜେନ୍ଦ୍ର ସିଂ, ବିଜେପିର ଦେବେନ୍ଦ୍ର ଅତ୍ରି, ଓ ଜେଜେପିର ଦୁଶ୍ଯନ୍ତ ଚୌଟାଲାଙ୍କ ମଧ୍ଯରେ ଲଢେଇ ହେଉଛି। ପୂର୍ବତନ ଉପମୁଖ୍ଯମନ୍ତ୍ରୀ ତଥା ଜେଜେପି ନେତା ଦୁଶ୍ଯନ୍ତ।

-ସିରସାରେ କଂଗ୍ରେସର ଗୋକୁଳ ସେଟିୟା, ଏଚଏଲପିର ଗୋପାଳ ଗୋୟଲ କାଣ୍ଡା ଓ ଆଇଏନଏଲଡିର ଅଭୟ ସିଂଙ୍କ ମଧ୍ଯରେ ହେଉଛି ଲଢେଇ।

-କର୍ଣ୍ଣଲରେ କଂଗ୍ରେସର ସୁମିତା ବିର୍କ, ବିଜେପିର ଜଗମୋହନ ଆନନ୍ଦଙ୍କ ମଧ୍ଯରେ ହେଉଛି ଟକ୍କର।

Leave a Reply

Your email address will not be published. Required fields are marked *