Pratidin TV

Odisha's Digital News Platform

ପୁଣି ଅଡୁଆରେ ଶାମି , ସ୍ତ୍ରୀ ଆଣିଲେ ଗୁରୁତର ଅଭିଯୋଗ ..

1 min read

ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସମସ୍ୟା ବଢିବାରେ ଲାଗିଛି । ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ହସିନ ଜାହାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେହି ପୋଷ୍ଟରେ ହସିନ ଜାହାନ ଗୁରୁତର ଅଭିଯୋଗ ଆଣି ପୋଷ୍ଟରେ ଲେଖିଛନ୍ତି ଯେ ମହମ୍ମଦ ଶାମି ତାଙ୍କୁ ୟୁପି ପୋଲିସ ଏବଂ ବିଜେପି ସରକାରଙ୍କ ସହାୟତାରେ ଜୀବନରୁ ମାରିଦେଇ ପାରନ୍ତି ।

ହାସିନ୍ ଜାହାନ୍ ଲେଖିଛନ୍ତି, “ମୋର ଷ୍ଟାର ସ୍ୱାମୀ ଏବଂ ତାଙ୍କ ପରିବାର ମୋ ସହିତ ଅସଦାଚରଣ କରିଥିଲେ । ମୁଁ କୋର୍ଟର ସାହାଯ୍ୟ ନେବାକୁ ବାଧ୍ୟ ହେଲି, । ଆମ୍ରୋହା ପୋଲିସ ବି ମୋତେ ମୋ ୩ ବର୍ଷର ଝିଅକୁ ନିର୍ଯାତନା ଦେଇଛନ୍ତି । ହସିନ୍ ଜାହାନ୍ ଆହୁରି ଲେଖିଛନ୍ତି, ସରକାର ମୋତେ ଅପମାନିତ କରିଛନ୍ତି ଏବଂ କ୍ରମାଗତ ଭାବରେ ମୋ ପ୍ରତି ହେଉଥିବା ଅନ୍ୟାୟ ବିଷୟରେ ସବୁ ଜାଣିଛନ୍ତି । ହେଲେ ଏପର୍ଯ୍ୟନ୍ତ ଲୋକଙ୍କ ନିକଟରେ ସହ ପହଞ୍ଚି ପାରିଲା ନାହିଁ । ହସିନ ଜାହାନ ଲେଖିଛନ୍ତି, ଏହି ସବୁ ମୋ ପାଇଁ କରାଯାଉଛି କାରଣ ମୁଁ ମୁସଲମାନ ସମ୍ପ୍ରଦାୟରୁ ଆସିଛି ।

ଯଦି ମୁଁ ଜଣେ ହିନ୍ଦୁ ହୋଇଥାନ୍ତା ଏବଂ ଏହି ସବୁ ମୋ ସହିତ ହୋଇଥାନ୍ତା ତେବେ ବୋଧହୁଏ ମୁଁ ବର୍ତ୍ତମାନ ନ୍ୟାୟ ପାଇସାରିଥା’ନ୍ତି । ମୋତେ ଜୀବନରୁ ମାରିଦେବାକୁ ମହମ୍ମଦ ଶାମି, ବିଜେପି ସରକାର ଏବଂ ୟୁପି ପୋଲିସ ଯୋଜନା କରୁଛନ୍ତି । ”ଆସନ୍ତୁ ଆପଣଙ୍କୁ କହିବା ଯେ ମହମ୍ମଦ ଶାମି ଏବଂ ହସିନ ଜାହାନ ୨୦୧୪ ମସିହାରେ ବିବାହ କରିଥିଲେ । ଶାମି ଏବଂ ହସିନ ଜାହାନଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ଏହା ପରେ ହସିନ ଜାହାନ ମହମ୍ମଦ ଶାମିଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିବା ଆରମ୍ଭ କରିଥିଲେ । ୨୦୧୮ ପରଠାରୁ ମହମ୍ମଦ ଶାମି ଏବଂ ହସିନ ଜାହାନ ଅଲଗା ରହୁଛନ୍ତି । ଏବେ ପୁଣି ଥରେ ହାସିନ ଜାହାନ ଶାମିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *