Pratidin TV

Odisha's Digital News Platform

ସଫା ସୁଟ୍ ବୁଟ୍ ସହ ଭିଡୁଥିଲେ ନୀଳ ଟାଏ, ମୃତକୁ ଜୀବିତ ଦାବି କରୁଥିଲେ: ଏମିତି କହି ଠକୁଥିଲେ ଭୋଲେ ବାବା

କେଳାଙ୍କରୀ ବାବାଙ୍କ କଳା କାର୍ନାମା ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି | ବାବା କୌଣସି ଭଗବାନ ସ୍ୱରୂପ ନୁହେଁ, ବରଂ ଜଣେ ଭଣ୍ଡ ପ୍ରବଚକ | ଯାହାଙ୍କ ପ୍ରବଚନ ଶୁଣିବାକୁ ଏବଂ ଯାହାକୁ ବିଶ୍ୱାସ କରିବାକୁ ଯାଇ ବହୁ ଲୋକ ନିଜ ଜୀବନ ହାରି ଦେଇଛନ୍ତି | ଏହି ଦଳାଚକଟା ମାମଲାରେ ବାବାଙ୍କୁ ଖୋଜୁଛି ପୋଲିସ | ଆଶ୍ରମକୁ ଯାଇ ଛାନଭିନ କରୁଛି ପୋଲିସ | ତଥାପି ତାଙ୍କର ମିଳିପାରୁନି କୌଣସି ପତ୍ତା |ସେ ବର୍ତ୍ତମାନ ସୁଦ୍ଧା ଅଛନ୍ତି ଫେରାର | ସବୁଠୁ ବଡ କଥା ହେଉଛି ଯୋଉଁ ମାମଲା ସହ ଅନ୍ୟ ମାମଲାରେ ମଧ୍ୟ ରହିଛି ବଡ ହାତ |

କରୋନା ସମୟରେ ମଧ୍ୟ ଉତ୍ତରପ୍ରଦେଶରେ ସତସଙ୍ଗର ଆୟୋଜନ କରିଥିଲେ ବାବା | କିନ୍ତୁ ଧୀରେ ଧୀରେ କଳା କାର୍ନାମା ସାମ୍ନାକୁ ଆସୁଛି | ପ୍ୟାଣ୍ଟ ଓ ସାର୍ଟ ସହ ପରିଧାନ କରିଥାନ୍ତି, ଅନେକ ସମୟରେ କୁର୍ତା ପାଇଜାମାରେ ମଧ୍ୟ ନଜର ଆସିଥାନ୍ତି ବାବା | ତାଙ୍କ ପାଖରେ ଅଛି ଦାମୀ ଓ ସୌଖିନ କାର | ତେବେ ପ୍ରବଚନ ବେଳେ ତାଙ୍କ ପତ୍ନୀ ମଧ୍ୟ କାର୍ଯ୍ୟକ୍ରମରେ ରହୁଥିଲେ ଉପସ୍ଥିତ | ବବାବା ଯାଦବ ହୋଇଥିବା ବେଳେ ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ, ଉତ୍ତରାଖଣ୍ଡରେ ଅନେକ ସଂଖ୍ୟାରେ ଅଛନ୍ତି ଅନୁଗାମୀ | ତେବେ ରୋଚକ କଥା ହେଉଛି ବାବା ଜଣକ ସୋସିଆଲ ମିଡିଆରେ ନାହାନ୍ତି ସକ୍ରିୟ | ତଥାପି ବାବାଙ୍କର ୟୁଟ୍ୟୁବ ଚ୍ୟାନେଲ ସହ ଫେସବୁକ ପେଜ ରହିଛି | ୟୁଟ୍ୟୁବରେ ତାଙ୍କର ୩୧ ହଜାର ସବସକ୍ରାଇବର | ବାବାଙ୍କର ପ୍ରାଇଭେଟ ଆର୍ମି ମଧ୍ୟ ଅଛନ୍ତି | ସେମାନେ ସତସଙ୍ଗରେ ସୁରକ୍ଷା ଦାୟିତ୍ୱ ସମ୍ଭାଳିଥାନ୍ତି | ବ୍ବାଙ୍କ ନା ହେଉଛି ସୁରଜ ପାଲ | ୟୁପିର ବହାଦୁର ନଗରରେ ରୁହନ୍ତି ଭୋଲେ ବାବା | ସେ ଉତ୍ତରପ୍ରଦେଶ ପୋଲିସରେ ସିପାହୀ ଭାବରେ କାମ କରୁଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ନାଁ ରେ ଯୋଉଁ ଶୋଷଣର ଅଭିଯୋଗ ଆସିଥିଲା | ଯାହାପରେ ପୋଲିସ ଚାକିରିରୁ ତାଙ୍କୁ ବରଖାସ୍ତ କରାଯାଇଥିଲା | କିନ୍ତୁ ଭକ୍ତଙ୍କୁ ଭୋଲେ ବାବା ସତସଙ୍ଗରେ ପୋଲିସ ଚାକିରୀ କରୁଥିବା ନେଇ କହି ଆସୁଥିଲେ |

Leave a Reply

Your email address will not be published. Required fields are marked *