Pratidin TV

Odisha's Digital News Platform

ହାଥରସ ଦଳାଚକଟା; ଯୋଗୀଙ୍କୁ ଚିଠି ଲେଖି ସୁପାରିଶ କଲେ ରାହୁଲ ଗାନ୍ଧୀ

1 min read

ଉତ୍ତରପ୍ରଦେଶ ଯାଇ ହାଥରସ ସତସଙ୍ଗ ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ପୀଡିତ ପରିବାରକୁ ଭେଟିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏହାପରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ରାହୁଲ ପୀଡ଼ିତଙ୍କ ପରିବାରର ସମସ୍ୟାକୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଏହା ବ୍ୟତୀତ ରାହୁଲ କ୍ଷତିପୂରଣ ରାଶି ବୃଦ୍ଧି କରାଯାଇ ପୀଡ଼ିତଙ୍କ ପରିବାରକୁ ଯଥାଶୀଘ୍ର ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ରାହୁଲ ଗାନ୍ଧୀ ଏହି ଚିଠି ଲେଖି ସୋସିଆଲ ମିଡିଆ X ରେ କରିଛନ୍ତି ପୋଷ୍ଟ | ଏହି ଚିଠିରେ ରାହୁଲ ଲେଖିଛନ୍ତି, ଏହି ଦୁଃଖ ସମୟରେ ସେ ଆମର ସାମୂହିକ ସମବେଦନା ଏବଂ ସାହାଯ୍ୟ ଆବଶ୍ୟକ କରନ୍ତି। ସେ ଆହୁରି ଲେଖିଛନ୍ତି, ପ୍ରାଣ ହରାଇଥିବା ଏବଂ ଆହତମାନଙ୍କୁ ରାଜ୍ୟ ସରକାର ଦେଇଥିବା କ୍ଷତିପୂରଣ ବହୁତ କମ ଏପରି ପରିସ୍ଥିତିରେ ଏହାକୁ ତୁରନ୍ତ ବୃଦ୍ଧି କରାଯିବା ଉଚିତ | ଏହାସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ଉଚିତ ବୋଲି ସେ ଲେଖିଛନ୍ତି |

ରାହୁଲ ଆହୁରି ଲେଖିଛନ୍ତି, ଯେତେବେଳେ ମୁଁ ହାଥରସ୍‌ ଏବଂ ଅଲିଗଡ଼ରେ ପୀଡ଼ିତଙ୍କ ପରିବାରକୁ ଭେଟିଥିଲି, ସେମାନେ କହିଥିଲେ ଏହି ଘଟଣାରେ ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ସମ୍ବେଦନଶୀଳତା ରହିଛି। ଏଭଳି ପରିସ୍ଥିତିରେ ଏହି ପ୍ରସଙ୍ଗରେ ଏକ ସଠିକ୍‌ ଏବଂ ସ୍ବଚ୍ଛ ଅନୁସନ୍ଧାନ ହେବା ଉଚିତ। ନ୍ୟାୟ ଦୃଷ୍ଟିକୋଣରୁ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ମଧ୍ୟ ଆବଶ୍ୟକ।

Leave a Reply

Your email address will not be published. Required fields are marked *