ହାର୍ଦ୍ଦିକ ଓ ନତାଶାଙ୍କ ସମ୍ପର୍କରେ ଫାଟ , ଇନଷ୍ଟାଗ୍ରାମରୁ ଡିଲିଟ୍ କରିଦେଲେ ସ୍ୱାମୀଙ୍କ ଫଟୋ ..
1 min readଏବେ ହାର୍ଦ୍ଦିକ-ନତାଶାଙ୍କ ସମ୍ପର୍କରେ ପଡିବ ପୂର୍ଣ୍ଣଛେଦ । ଭାଙ୍ଗିଯିବ ସାତଜନ୍ମର ସମ୍ପର୍କ । ଏବେ ଏମିତି କିଛି ଚର୍ଚ୍ଚା ହେଉଛି । ହାର୍ଦ୍ଦିକ-ନତାଶା ସବୁକିଛି ଠିକ ଚାଲି ନ ଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଉପରେ ପରସ୍ପରଠାରୁ ଅଲଗା ରହୁଥିବା କୁହାଯାଉଛି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍ ଛାଡପତ୍ର ହେବାକୁ ଯାଉଛି ବୋଲି ଏବେ ସୁବୁଠି ଶୁଣିବାକୁ ମିଳୁଛି । ଅନେକ କାରଣ ଅଛି ଯେଉଁଥିପାଇଁ ସେମାନଙ୍କ ଅଲଗା ହେବାର ଖବର ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଅଲଗା ହେବାର ପ୍ରଥମ ପ୍ରମାଣ ହେଉଛି ଯେ ନତାଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ‘ପାଣ୍ଡ୍ୟା’ ସର୍ ନେମ୍ ହଟାଇ ଦେଇଛନ୍ତି ଏବଂ ହାର୍ଦ୍ଦିକଙ୍କ ସହ ପୋଷ୍ଟ ହୋଇଥିବା ଅନେକ ଫଟୋ ତାଙ୍କ ଇନଷ୍ଟାଗ୍ରାମରୁ ଡିଲିଟ୍ କରିଦେଇଛନ୍ତି ।
ସେମାନଙ୍କ ଛାଡପତ୍ର ଖବର ଆସିବାର ଦ୍ୱିତୀୟ ବଡ଼ କାରଣ ହେଉଛି ଦୁହେଁ ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ପରସ୍ପର ସହ କୌଣସି ଫଟୋ ବା ଭିଡିଓ ସେୟାର କରିନାହାଁନ୍ତି। ମାର୍ଚ୍ଚ ୪ରେ ମଧ୍ୟ ନତାଶାଙ୍କ ଜନ୍ମଦିନ ଥିଲା, କିନ୍ତୁ ହାର୍ଦ୍ଦିକ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କିଛି ପୋଷ୍ଟ କରିନଥିଲେ। ତେବେ ଏସବୁ ପରେ ସମସ୍ତେ ତାଙ୍କ ସମ୍ପର୍କକୁ ନେଇ କଳ୍ପନା ଜଳ୍ପନା କରୁଛନ୍ତି । ପ୍ରାୟ ୭ ବର୍ଷ ପୂର୍ବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ପରସ୍ପରଙ୍କୁ ଭେଟିଥିଲେ। ବହୁ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍ କରିବା ପରେ, ସେମାନେ ମେ ୩୧, ୨୦୨୦ରେ ବିବାହ କରିଥିଲେ। ଏହାପରେ ଜୁଲାଇ ୨୦୨୦ ରେ ସେମାନେ ଏକ ପୁତ୍ର ସନ୍ତାନର ପିତାମାତା ହେବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ। ତାଙ୍କ ପୁଅର ନାମ ଅଗସ୍ତ୍ୟା।