ହସ୍ପିଟାଲ ଚଟାଣରେ ଶୋଇଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ି, ୱାଇ ଚନ୍ଦ୍ରଚୂଡ଼..
1 min readକୋଲକାତା ଆରଜି କରହସ୍ପିଟାଲ ମହିଳା ଡାକ୍ତରଙ୍କ ହତ୍ୟା ଘଟଣାକୁ ବିତିଗଲାଣି ୧୩ ଦିନ । ଏଭଳି ଏକ ଅମାନବୀୟ ଏବଂ ଅମାନୁଷିକ ଘଟଣା ପଛରେ ଗୋଟେ ବଡ଼ ଷଡ଼ଯନ୍ତ୍ର ରହିଥିବା କୁହାଯାଉଥିଲେ ହେଁ ଏଯାଏ ସାମ୍ନାକୁ ଆସିପାରିନି ପ୍ରକୃତ ରହସ୍ୟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୋଲକାତା ପୁଲିସ ହାତରୁ ଏହି ଘଟଣାର ଯାଞ୍ଚ ସିବିଆଇ ହାତକୁ ଯାଇଛି।ତେବେ ଆଜି ସେହି ଘଟଣାରେ ସୁପ୍ରିମକୋର୍ଟରେ ସିବିଆଇ ଏହି ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ଷ୍ଟାଟସ୍ ରିପୋର୍ଟରେ ସିବିଆଇ କଲକାତା ପୁଲିସର ଅବହେଳା ଦର୍ଶାଇ ଥିବା ସୂଚନା ମିଳିଛି। କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟସ୍ ଡ଼ି, ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ।
‘ଆମେ ଡାକ୍ତରଙ୍କ ପାଇଁ ଚିନ୍ତିତ। ଆମେ ଡାକ୍ତରମାନଙ୍କୁ ୩୬ ଘଣ୍ଟା ଧରି କାମ କରୁଥିବା ଦେଖିଛୁ। ଆମ ସମସ୍ତଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ଅଛନ୍ତି, ଯେଉଁମାନେ ସରକାରୀ ଡାକ୍ତରଖାନାକୁ ଯାଆନ୍ତି। ପରିବାରର କେହି ଜଣେ ଅସୁସ୍ଥ ଥିବାବେଳେ ମୁଁ ସରକାରୀ ଡାକ୍ତରଖାନାର ଚଟାଣରେ ଶୋଇଛି। ଆମେ ଏହି ପର୍ଯ୍ୟାୟ ଦେଇ ଗତି କରିଛୁ।’ ସରକାରୀ ହସ୍ପିଟାଲକୁ ଆସୁଥିବା ସମସ୍ତ ରୋଗୀଙ୍କ ପ୍ରତି ଆମର ସମ୍ବେଦନ। ଡକାକ୍ତରମାନେ ତୁରନ୍ତ କାମରେ ଯୋଗ ଦିଅନ୍ତୁ। ନଚେତ ରୋଗୀ ସେବା ଠପ୍ ହୋଇଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।ଡାକ୍ତରଙ୍କ ଉପରେ ବହୁତ ଚାପ ଅଛି ବୋଲି ଦର୍ଶାଇ ଆମେ ଅନେକ ଇମେଲ ପାଇଛୁ। କମିଟି ପ୍ରଥମେ ନିଷ୍ପତ୍ତି ନିଅନ୍ତୁ। ତାକ୍ଷପରେ ସମସ୍ୟା ସମାଧାନ ହେବ।