Pratidin TV

Odisha's Digital News Platform

ପହିଲି ରଜରେ ଅଘଟଣ , ବୋମା ନିଷ୍କ୍ରିୟ କଲା ସମୟରେ ହାବିଲଦାରଙ୍କ ମୃତ୍ୟୁ ।

1 min read

କଟକ ; ପହିଲି ରଜ ରେ ଅଘଟଣ । କଟକ ସଦରଥାନା କାଜି ପାଟଣାରେ ବାଣ ବିସ୍ଫୋରଣ ରେ ଜଣେ ମୃତ । ଜବତ ବାଣ ନଷ୍ଟ କରିବା ସମୟରେ ଘଟିଲା ଅଘଟଣ । ପୂର୍ବରୁ ପୋଲିସ ଜବତ କରିଥଲା ବାଣ । ମୃତ୍ୟ ବ୍ୟକ୍ତିଙ୍କ ପରିଚୟ ହାବିଲଦାର ପ୍ରଦୀପ କୁମାର ମଲ୍ଲିକ । ସେ ୨୪ ବର୍ଷ ଧରି କମିଶନରେଟ ପୋଲିସ ଅଧୀନରେ କାର୍ଯ୍ୟରତ ରହିଥିଲେ । ଘର କଟକ ଜଗତପୁର ଅଣ୍ଡେଇସାହି ।

ବର୍ତ୍ତମାନ କଟକ ରିଜର୍ଭ ପୋଲିସ ର ବମ ସ୍କ୍ୱାର୍ଡ ଟିମରେ କାର୍ଯ୍ୟରତ ରହିଥିଲେ ସେ। ନିର୍ବାଚନ ଥିବାରୁ ବାଣ ଗୁଡିକୁ ନଷ୍ଟ କରାଯାଇପାରି ନଥିଲା । ନିର୍ବାଚନ ସରିବା ପରେ ଆଜି ସକାଳୁ ସମୟରେ କାଠ ଯୋଡି ନଦୀ ପଠା କୁ ବାଣ ଗୁଡିକ ନିଷ୍କ୍ରିୟ କରିବା ସମୟରେ ହଟାତ ଏକ ବୋମା ଫୁଟିଥିଲା । ଯାହା ଫଳରେ ପ୍ରଦୀପ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ଏସସିବି କୁ ଅଣାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସ୍କ୍ୱାର୍ଡର ୩ ଜଣ ଅଧିକାରୀ ବାଣ ନିଷ୍କ୍ରିୟ କରିବା ପାଇଁ ଯାଇଥିଲେ ।

Advertisement

ତେବ ଏଠାରେ ପ୍ରଶ୍ନ ଉଠୁଛି ଯଦି ବାଣ ନିଷ୍କ୍ରିୟ ଟିମ ଯାଇଥିଲା ତେବେ ସେମାନଙ୍କ ନିକଟରେ ଆବଶ୍ୟକ ମୁତାବକ ବମ ଡିସ୍ପୋଜାଲ ସାମଗ୍ରୀ ରହିଥିଲା କି ନାହିଁ । ବର୍ତ୍ତମାନ ଏସସିବି ରେ ମୃତଦେହ କୁ ବ୍ୟବଛେଦ କରାଯିବା ପରେ ପରିବାର କୁ ହସ୍ତାନ୍ତର କରିଛନ୍ତି ପୋଲିସ ଅଧିକାରୀ । ତେବେ ଏହି ଘଟିବା ଏବେ ପ୍ରଶ୍ନ ଘେର ରେ ରହିଛି । ଅନ୍ୟପଟେ କଟକ ଏସ ସି ବି ରେ ପହଞ୍ଚିଛନ୍ତି ମେୟର ସୁବାଷ ସିଂ । ଆଗକୁ ଯେପରି ଏଭଳି ଘଟଣା ନ ଘଟେ ସେଥିପ୍ରତି ଗୁରୁତ୍ୱ ଦିଆଯିବା ସହ ଏ ଘଟଣାର ଉପଯୁକ୍ତ ତଦନ୍ତ କରାଯାଉ ବୋଲି କହିଛନ୍ତି ମେୟର ।

Leave a Reply

Your email address will not be published. Required fields are marked *