Pratidin TV

Odisha's Digital News Platform

ଅପେକ୍ଷାର ଅନ୍ତ , ମେ ଶେଷ ସପ୍ତାହରେ ବାହାରିବ ମାଟ୍ରିକ ଫଳାଫଳ , ଛାତ୍ର ଛାତ୍ରୀଙ୍କୁ ମିଳିବ ଡିଜିଟାଲ ପ୍ରମାଣପତ୍ର ..

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ଫରୀକ୍ଷାଫଳ । ମାଟ୍ରିକ୍ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ମଧ୍ୟ ଏକା ସହିତ ପ୍ରକାଶ ପାଇବ । ଚଳିତ ବର୍ଷ ମାଟ୍ରିକ ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି  ।  ତେବେ ମେ ଶେଷ ସପ୍ତାହରେ ପ୍ରକାଶ ପାଇବା ସହ ଛାତ୍ରଛାତ୍ରୀଙ୍କୁ  ମିଳିବ ଡିଜିଟାଲ ସାର୍ଟିଫିକେଟ୍  । ତେବେ ଏଥିପାଇଁ ମାଟ୍ରିକ୍ ଫରୀକ୍ଷାଫଳ ବିଳମ୍ବର ପ୍ରମୁଖ କାରଣ ‌ । ଏହାସହିତ  ସାଧାରଣ ନିର୍ବାଚନ ଅନ୍ୟତମ କାରଣ ସାଜିଛି ବୋଲି ଜଣାପଡ଼ିଛି । ରେଜଲ୍ଟ ପ୍ରକାଶ ସମୟରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ୍ ସଂଗ୍ରହ କରିପାରିବେ ।

ଏଥିପାଇଁ ୧୮ ତାରିଖ ଦିନ କଟକର ରେଭେନ୍‌ସା କଲିଜିଏଟ୍ ସ୍କୁଲ ଭଳି ପ୍ରମୁଖ ବିଦ୍ୟାଳୟରେ ମିଳିବାକୁ ଥିବା ଡିଜିଟାଲ ପ୍ରମାଣପତ୍ର ବିଷୟରେ ଏକ ସଚେତନତା କର୍ମଶାଳା କରାଯିବାକୁ‌ ବୋର୍ଡ ପକ୍ଷରୁ ଯୋଜନା ପ୍ରସ୍ତୁତି ହୋଇଛି । ଏଥିରେ ପ୍ରମାଣପତ୍ର କିପରି ଡାଉନଲୋଡ୍ କରାଯିବା ସେ ବିଷୟରେ ସଚେତନ କରାଯିବ ବୋଲି ସୂଚନା ମିଳିଛି ।ମାଟ୍ରିକ୍ ରେଜଲ୍ଟ ବାହାରିବା ପୂର୍ବରୁ ବୋର୍ଡର ପରୀକ୍ଷା କମିଟି ବୈଠକ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥାଏ । ଚଳିତ ବର୍ଷ ପରୀକ୍ଷା କମିଟି ବୈଠକ ପାଇଁ କମିଟି ସଦସ୍ୟମାନଙ୍କୁ ଚିଠି କରାଯିବ । ନିୟମ ଅନୁସାରେ, ଚିଠି ଦେବାର ୭ଦିନରେ ପରୀକ୍ଷା କମିଟି ବୈଠକ ବସିଥାଏ ଓ ଏହି ବୈଠକରେ ମାଟ୍ରିକ୍ ପରୀକ୍ଷାଫଳ ଅନୁମୋଦିତ ହୋଇଥାଏ।

ସୂଚନା ଯୋଗ୍ୟ, ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷା ଚଳିତବର୍ଷ ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମାଟ୍ରିକରେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ, ମଧ୍ୟମାରେ ୩୦୩୭ଜଣ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୭୮୩୧ଜଣ ଫର୍ମପୂରଣ କରିଥିଲେ । ସମସ୍ତ ପରୀକ୍ଷା ୩୦୩୭ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବେଳେ ଖାତା ମୂଲ୍ୟାୟନ ମାର୍ଚ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିଥିଲା । ମୂଲ୍ୟାୟନ ପାଇଁ ୧୫ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ହୋଇଥିଲେ ।

Leave a Reply

Your email address will not be published. Required fields are marked *