Pratidin TV

Odisha's Digital News Platform

ସ୍ତ୍ରୀକୁ ହତ୍ୟାକରି ଭୋଗିଲା ଆଜୀବନ କାରାଦଣ୍ଡ , ହାତୁଡିରେ ଛେଚି କରିଥିଲା ନିର୍ମମ ହତ୍ୟା …

1 min read

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା ଘଟଣା । ଅଭିଯୁକ୍ତ ସ୍ଵାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣେଇଲେ କୋର୍ଟ । ୩ ବର୍ଷ ପରେ ଜିଲ୍ଲା ଓ ଦୌରା ଜର୍ଜ ୨ ବନ୍ଦନା କାର ଆଜୀବନ କାରାଦଣ୍ଡ ଓ ୧୦ ହାଜର ଟଙ୍କା ଦେବା ପାଇଁ ରାୟ ଶୁଣାଇଛନ୍ତି । ୨୪ ଜୁନ ୨୦୨୦ ରେ ଏୟାରପୋର୍ଟ ଥାନା କାରଗିଲ ବସ୍ତିରେ ହୋଇଥିଲା ଏହି ଜଘନ୍ୟ ହତ୍ୟା କାଣ୍ଡ ।

ମୁରଲୀ ବେହେରା ସ୍ତ୍ରୀ ସୁକାନ୍ତି ମଝିକୁ ୫୦ ହାଜର ଟଙ୍କା ଯୌତୁକ ଆଣିବା ପାଇଁ କହିଥିଲେ । ବାହାଘର କୁ ୬ ମାସ ପୁରୀ ଯାଇଥିଲା କିନ୍ତୁ ସୁକାନ୍ତି ଯୌତୁକବାବଦରେ ୫୦ ହାଜର ଟଙ୍କା ବାପ ଘରୁ ଆଣିପାରିନଥିଲେ ।

Advertisement

ମୂରଲୀ ରାଗିଯାଇ ହାତୁଡ଼ିରେ ପିଟି ପିଟି ସୁକାନ୍ତି ଙ୍କୁ ହତ୍ୟା କରିଥିଲା। ହତ୍ୟା ପରେ ଘରେ ଖଟ ତଳେ ହାତୁଡିକୁ ଲୁଚାଇ ଦେଇଥିଲା ନୃଶଂସ ସ୍ୱାମୀ । ୧୨ ଜଣ ସାକ୍ଷୀ , ପାରିପାଶ୍ୱିକ ପରିସ୍ଥିତି ତଦନ୍ତ କରି ପୋଲିସ ଗିରଫ କରିଥିଲା । ତେବେ ଦୀର୍ଘ ୪ ବର୍ଷ ଧରି ଶୁଣାଣି ପରେ ବୁଧବାର ଦିନ ମାନ୍ୟବର କୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟରେ ରାୟ ଅନୁସାରେ ଅଭିଯୁକ୍ତି ସ୍ୱାମୀ ମୁରଲୀଧର ବେହେରାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Leave a Reply

Your email address will not be published. Required fields are marked *