Pratidin TV

Odisha's Digital News Platform

୭ ବର୍ଷ ଧରି କରୁଥିଲେ ରୋଗୀ ଚିକିତ୍ସା , ଏବେ ଜଣାପଡିଲେ ନକଲି …

1 min read

ବଲାଙ୍ଗୀର ; ପୁଣି ଜଣେ ନକଲି ଡାକ୍ତରଙ୍କୁ ଗିରଫ୍ କଲା ପୋଲିସ । ଦୀର୍ଘ ସାତ ବର୍ଷ ଧରି ସାଧାରଣ ଲୋକଙ୍କ ଆଖିରେ ଧୂଳି ଦେଇ ଚଳାଇଆସୁଥିଲେ ଘରୋଇ ବେଆଇନ କ୍ଲିନିକ । ନା ଥିଲା ଡାକ୍ତରୀ ଲାଇସେନ୍ସ , ନା ରହିଛି କୌଣସି ଡ୍ରଗ୍ସ ବିଭାଗ ର ଲାଇସେନ୍ସ । ତଥାପି ବେଶ ଆରାମ ରେ ଚଳାଇ ଆସୁଥିଲେ ନିଜ ବେପାର ।

ଆଉ ଏବେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଆସିବା ପରେ ଏବେ ନକଲି ଡାକ୍ତର ବାବୁଙ୍କୁ କାବୁ କରିଛି ସିନ୍ଧେକେଲା ପୋଲିସ । ନକଲି ଡାକ୍ତରବାବୁଙ୍କ ନାମ ହେଉଛି ପଲାଶ ବିଶ୍ୱାସ , ଘର ପଶ୍ଚିମବଙ୍ଗ ଆଉ ଶିକ୍ଷା ଗତ ଯୋଗ୍ୟତା ଯୁକ୍ତ ଦୁଇ । କିନ୍ତୁ ସମସ୍ତେ ତାଙ୍କୁ ଡାକ୍ତର ବାବୁ ବୋଲି ଡାକନ୍ତି ।

Advertisement

ଗୋଟିଏ କି ଦୁଇ ବର୍ଷ ନୁହେଁ ଦୀର୍ଘ ସାତ ବର୍ଷ ଧରି ଚାଲିଥିଲା ଏମିତି ଚିକିତ୍ସା ପୋଲିସ ତଦନ୍ତ ଆରମ୍ଭ କରିବା ସହ ସମ୍ପୃକ୍ତ ଚିକିତ୍ସାଧିକାରୀ ଡାକ୍ତର ଜଣକ ନକଲି ଥିବା ନେଇ ଗିରଫ୍ କରିବା ସହ କୋର୍ଟ ଚାଲାଣ କରିଛି ବଲାଙ୍ଗୀର ପୋଲିସ।

Leave a Reply

Your email address will not be published. Required fields are marked *