ଆଉ ୬ ମାସ ଛୁଟିରେ ଯାଇଥାନ୍ତେ, ମୋହନ ସିଧା କହିଲେ ନା; ଆଜିଠୁ ସୁଜାତା କାର୍ତ୍ତିକେୟନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
1 min readଆଉ ୬ ମାସ ଛୁଟିକୁ ନା କଲେ ମୋହନ ସରକାର | ଏବେଏଣିକି କଣ କରିବେ କାର୍ତ୍ତିକ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ | ତେବେ ତାଙ୍କ ଛୁଟିକୁ ନାଁ କରିଦେଲେ ମୋହନ ସରକାର। ୨୭ ତାରିଖ ଅର୍ଥାତ ଆଜିଠାରୁ ତାଙ୍କୁ କାର୍ଯ୍ୟରେ ଯୋଗ ଦେବକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆଇଏଏସ ସୁଜାତା ଯୋଗ ଦେଲେ ଲୋକସେବା ଭବନରେ କେଉଁଠି ବସିବେ ? ଗୁରୁତ୍ୱପୂଣ୍ଣ ନା ଗୌଣ ବିଭାଗ ମିଳବ ? ଏଭଳି କେତେକ ପ୍ରଶ୍ନକୁ ନେଇ ପାଓ୍ୱାର କରିଡରରେ ଆଲୋଚନା ହେଉଛି ।
ସୂଚନା ଅନୁଯାୟୀ ଗତ ମେ ମାସରୁ ୬ମାସ ଛୁଟିରେ ପଳାଇଥିବା ସୁଜାତା ପୁଣିଥରେ ନଭେମ୍ବର ୨୭ରୁ ଆଉ ୬ମାସ ପାଇଁ ଛୁଟିରେ ଯିବାକୁ ଗତ ନଭେମ୍ବର ୪ତାରିଖରେ ମୁଖ୍ୟ ସଚିବଙ୍କୁ ଲିଖିତ ଅନୁରୋଧ କରିଥିଲେ । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଦେଇଥିଲେ | ଏହାସହ ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନିଜ ସନ୍ତାନର ଯତ୍ନ ନେବା ଦର୍ଶାଇ ସୁଜାତା ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ଛୁଟି ମାଗିଥିଲେ,ଯାହାକୁ ତତକାଳୀନ ମୁଖ୍ୟ ସଚିବ ଅନୁମୋଦନ କରିଥିଲେ । ସୁଜାତା ନଭେମ୍ବର ୨୭ରୁ ଆଉ ୬ମାସ ପାଇଁ ଛୁଟିରେ ଯିବାକୁ ଗତ ନଭେମ୍ବର ୪ତାରିଖରେ ମୁଖ୍ୟ ସଚିବଙ୍କୁ ଲିଖିତ ଅନୁରୋଧ କରିଥିଲେ । ହେଲେ ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି, ଏନେଇ ତାଙ୍କୁ ଅବଗତ କରାଯାଇଛି ।