ପ୍ରେମ ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ , ପ୍ରେମିକାର ଦାଦାକୁ ହତ୍ୟା କଲା ନାବାଳିକ ପ୍ରେମିକ ।
1 min readପ୍ରେମରେ ବାଧା ସାଜୁଥିଲା ପ୍ରେମିକାର ଦାଦା । ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ ନାବାଳକ ପ୍ରେମିକ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ।
ନାବାଳିକା ଝିଆରୀକୁ ବିରୋଧ କରି ନାବାଳକ ପ୍ରେମିକାକୁ ଚେତାବନୀ ଦେଇଥିଲା ଦାଦା । ମାତ୍ର ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକ ପ୍ରେମିକ କନିଯାଇଥିଲା ପାଗଳ । ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ ଚଳାଇଥିଲା ଯୋଜନା । ଏପରିକି ରାତି ଅଧରେ ବାଇକ୍ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲେ। ଫଳରେ ଆଖି ପିଛୁଳାକେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଗଲା।
ତେବେ ମୃତକ ଜଣଙ୍କ ହେଲେ ଜଗା ମଲ୍ଲିକ । ଜଗାଙ୍କ ଝିଆରୀଙ୍କ ସହ ଉକ୍ତ ସାହିର ଜଣେ ନାବାଳକଙ୍କର ପ୍ରେମ ସମ୍ପର୍କ ଥିଲା। ନାବାଳକଜଣକ ଯୁକ୍ତ-୨ର ଛାତ୍ର ବୋଲି ଜଣାଯାଇଛି। ଉଭୟଙ୍କ ପ୍ରେମକୁ ଜଗା ବିରୋଧ କରୁଥିବାରୁ ଗତକାଲି ନାବାଳକ ଜଣଙ୍କ ରାଗରେ ଆସି ଏଭଲି ଜଘନ୍ୟ ଅପରାଧ ଘଟାଇଥିବା ଜଣାପଡିଛି । ପୋଲିସ ନାବାଳକ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଲାଇଛି ।