Pratidin TV

Odisha's Digital News Platform

ଛାତ୍ରୀଙ୍କ ସହ ଅସଦାରଣ କରୁଛନ୍ତି ପ୍ରଧାନଶିକ୍ଷକ , ସହିନପାରି ରାସ୍ତାକୁ ଓହ୍ଲାଇଲେ ସ୍କୁଲ ଛାତ୍ରୀ

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବାଲିଶଙ୍କରା ବ୍ଲକ ଅଞ୍ଚଳରେ ଥିବା ଆଶ୍ରମ ସ୍କୁଲରେ ଘଟିଛି ଏକ ଅଶୋଭନୀୟ ଘଟଣା । ଉକ୍ତ କନ୍ୟାଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ ପଟେଲ ମହୋଦୟ ୯ମ ଓ ୧୦ମ ଶ୍ରେଣୀର ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା ନେଇ ଆଶ୍ରମର ଶତାଧିକ ଛାତ୍ରୀ ରାସ୍ତାରୋକ କରି ନ୍ୟାୟ ଦାବୀରେ ରାସ୍ତାରେ ବସିଥିବା ପରିଲକ୍ଷିତ ହୋଇଛି ।

ଛାତ୍ରୀମାନେ ନିଜ ଜିଦରେ ଅଟଳ ଅଛନ୍ତି ଯେ ଉଚିତ ନ୍ୟାୟ ନ ମିଳିବା ଯାଏଁ ବସିବା ସ୍ଥାନରୁ ଉଠିବୁ ନାହିଁ । ଏ ଘଟଣାର ତଦନ୍ତ କରି ତୁରନ୍ତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ଲାକାର୍ଡ ଧରି ଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ମଧ୍ୟ ଦେଖାଯାଇଥିଲା । ଦେଖିବାକୁ ବାକି ରହିଲା ପ୍ରଶାସନ କେତେଶୀଘ୍ର ପଦକ୍ଷେପ ନେଉଛି ।

ଅନ୍ୟପଟେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଜଣେ ଛାତ୍ରୀ କହିଛନ୍ତି ଯେ ପ୍ରଧାନଶିକ୍ଷକ ସନ୍ଧ୍ୟା ୭ ରୁ ରାତି ୧୧ ଟା ଯାଏଁ କ୍ଲାସ କରାନ୍ତି । ଆଉ ସେହି ସମୟରେ ସାର୍ ଆମ ଓନିକୁ ତଳକୁ ଖସାଇ ଦିଅନ୍ତି ନଚେତ୍ ଟାଣୀ ଦିଅନ୍ତି । ଶରୀରର ଅଲଗା ଅଲଗା ସ୍ଥାନରେ ହାତ ମାରନ୍ତି । ଆଉ କ୍ଲାସ ସରିବା ପରେ ତାଙ୍କ ସହ ଶୋଇବାକୁ କ୍ୱାଟର୍ସକୁ ଡାକନ୍ତି ।

Leave a Reply

Your email address will not be published. Required fields are marked *