ଆଦିବାସୀ ସ୍କୁଲ ପିଲାଙ୍କ ଟଙ୍କା ଖାଉଛନ୍ତି ଶିକ୍ଷୟତ୍ରୀ , ତାଲା ଝୁଲାଇଲେ ଅଭିଭାବକ ।
1 min readନୟାଗଡ ; ସ୍କୁଲରେ ତାଲା ପକାଇଲେ ଅଭିଭାବକ। ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତ ହାଇସ୍କୁଲରେ ଆଜି ୨୦ରୁ ଅଧିକା ଅଭିଭାବକ ମାନେ ସ୍ଥାନୀୟ ସରପଂଚ ଓ ସମିତିସଭ୍ୟ ଙ୍କ ସହ ମିଶି ସ୍କୁଲ ଫାଟକରେ ତାଲା ପକାଇ ଅନଶନରେ ବସିଥିଲେ।ପ୍ରଧାନ ଶିକ୍ଷୟତ୍ରୀ ମିନତି ତ୍ରିପାଠୀ ଙ୍କ ବିରୁଦ୍ଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଜାକେଡା ପଞ୍ଚାୟତ ଟ୍ୟୁସନ୍ ରେ ଅଧିଙ୍କାସ ପିଲା ଆଦିବାସୀ ସମ୍ପ୍ରଦାୟର ହୋଇଥିଲା ବେଳେ ଅଭିଯୋଗ ହେଇଛି କି ମାସିକ ଟ୍ୟୁସନ୍ ଫି ବାବଦକୁ ମିଳୁଥିବା ଅର୍ଥରାଶି ପିଲାଙ୍କୁ ପ୍ରଦାନ କରାଯାଉ ନାହିଁ।
ପ୍ରଧାନ ଶିକ୍ଷୟତ୍ରୀ ବହୁ ବିଳମ୍ବରେ ସ୍କୁଲକୁ ଆସୁଥିବା ନେଇ ବହୁବାର ବ୍ଲକ ଇବୋଉଁ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବହୁବାର ଲିଖିତ ଅଭିଯୋଗ ପରେ ମଧ୍ୟ କତୃପକ୍ଷ କୌଣସି ଆକ୍ସନ ନ ନେବା ଯୋଗୁଁ ୨୦ରୁ ଅଧିକା ଆଦିବାସୀ ଅଭିଭାବକ ଆଜି ସ୍କୁଲ ଫାଟକ ରେ ତାଲା ପକାଇ ସ୍କୁଲ କୁ ବନ୍ଦ ରଖିବା ସହ ମିନତି ତ୍ରିପାଠୀ ଙ୍କ ଦେପୁଟେସନ ଦାବି କରିଛନ୍ତି।
ଅନଶନ ସ୍ଥଳ କୁ ବ୍ଲକ ଶିକ୍ଷାଧିକାରୀ ଓ ନୂଆଗାଁ ତହସିଲଦାର ସନ୍ତୋଷ କୁମାର ନାୟକ ଆସି ଅଭିଯୋଗ କରି ଙ୍କୁ ୪ ଘଣ୍ଟାରୁ ଅଧିକା ସମୟ ଧରି ଆଲୋଚନା କରିଥିଲେ ମଧ୍ୟ ଅନଶନ ରୁ ଉଠି ନଥିଲେ।ଗୋଟିଏ ଜିଦ୍ ରେ ଅଟଳ ରହିଥିଲେ କି ତୁରନ୍ତ ପ୍ରତିନିଧୀ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯାଇ ରାଜରାସ୍ତାକୁ ଓହ୍ଲାଇବେ ସହ ସହ ଆଦିବାସୀ ଅଭିଭାବକ।