Pratidin TV

Odisha's Digital News Platform

ପ୍ରଧାନ ଶିକ୍ଷୟତ୍ରୀଙ୍କ ଉନ୍ମତ୍ତ କାଣ୍ଡ : ବଦଳି ଦାବି କରି ଜିଲ୍ଲାପାଳଙ୍କୁ ଭେଟିଲେ ଅଭିଭାବକ ଓ ଛାତ୍ରଛାତ୍ରୀ..

1 min read

ଭଦ୍ରକ : ସ୍କୁଲରେ ଛାତ୍ରୀ ଅଶାନ୍ତି , ଛାତ୍ରୀମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀମାନେ ଏଭଳି ଅଭିଯୋଗ କରିବା ସହ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ ଓ ଅଭିଭାବକ ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧୂଷୁରୀ ଉଚ୍ଚ ବିଦ୍ୟାଳୟରେ ତପନ ମହାନ୍ତି ନାମକ ଶିକ୍ଷକ କେତେକ ଛାତ୍ରୀଙ୍କୁ ଡାକି ଅସଦା ଚରଣ କରିଥିଲେ । ଘଟଣାକୁ ନେଇ ଧୂସୁରି ଥାନାରେ ଅଭିଯୋଗ ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଶିକ୍ଷକଙ୍କ ଗିରଫ ପରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଛାତ୍ରୀମାନଙ୍କୁ ଏତଲା ଉଠାଇବା ନେଇ କହୁଥିବା ଅଭିଯୋଗ ହୋଇଛି । ଏମିତିକି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଯାଉନଥିବା ବେଳେ ଅଭିଭାବକ ମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବି କରିଛନ୍ତି । ତେବେ ଘଟଣାକୁ ନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅଭିଯୋଗ ମିଳିପାରି ନାହିଁ।

Advertisement

Leave a Reply

Your email address will not be published. Required fields are marked *