Pratidin TV

Odisha's Digital News Platform

ମା’ ଶିକ୍ଷୟତ୍ରୀ ହେଲେ ସ୍କୁଲରେ ପାଠ ପଢାଉଛନ୍ତି ପୁଅ …

1 min read

ଭଦ୍ରକ : ମା’ ପ୍ରଧାନ ଶିକ୍ଷୟତ୍ରୀ, ହେଲେ ତାଙ୍କ ବଦଳରେ ସ୍କୁଲରେ ପୁଅ ପଢ଼ାଉଛନ୍ତି ପାଠ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ମିଳିଥିବା ଖବର ଅନୁଯାୟୀ ଆଜି ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କ ସମେତ ଅବିଭାବକ ଏନେଇ ବିଦ୍ୟାଳୟରେ ତାଲା ପକାଇବା ସହ ପ୍ରଧାନ ଶିକ୍ଷୟତ୍ରୀ ମମତା ଦାସ ବିଦ୍ୟାଳୟକୁ ନିୟମିତ ଆସୁନଥିବା ଅଭିଯୋଗ କରିଛନ୍ତି। ସଂମ୍ପୃକ୍ତ ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅବିଭାବକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅବିଭାବକ।

Advertisement

ଏନେଇ ପୂର୍ବରୁ ଗ୍ରାମବାସୀ ଓ ଅବିଭାବକ ମାନେ ବାରମ୍ବାର ବ୍ଲକ୍ ଶିକ୍ଷାଧିକାରୀ ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆନଯିବାରୁ ଆଜି ବିଦ୍ୟାଳୟରେ ତାଲା ପକାଇ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଅଡି ବସିଥିଲେ। ଫଳରେ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀ ମାନେ ଆଜି ବିଦ୍ୟାଳୟ ସମ୍ମୁଖରେ ଗଛ ମୂଳରେ ପାଲ ପକାଇ ପାଠ ପଢୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଆର.ସି.ସି ପ୍ରଭାକର ସାମଲ ବିଦ୍ୟାଳୟରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *