ଗୁରୁ-ଶିଷ୍ୟ ସର୍ମ୍ପକରେ ଲାଗିଲା କଳଙ୍କ ; ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ୨ ଶିକ୍ଷକ ଅଟକ …
1 min readନବରଙ୍ଗପୁର ; ଗୁରୁ ଶିଷ୍ୟ ସର୍ମ୍ପକକୁ କଳଙ୍କିତ କଲେ ୨ ଶିକ୍ଷକ । ଘଟାଇଲେ ଅମାନୁଷିକ କାଣ୍ଡ । ନା କିଏ ଭାବିଥିବ ନା କିଏ ବିଶ୍ୱାସ କରିପାରୁଛି । ନବରଙ୍ଗପୁର ଜିଲ୍ଲା ରାଇଘରରୁ ଆସିଛି ଏଭଳି ଏକ ଲଜ୍ଜାକର ଘଟଣା ।
ଖବର ଅନୁଯାୟୀ ରାଇଘର ହାଟଭରାଣ୍ଡି ସରକାରୀ ଆଶ୍ରମ ବିଦ୍ୟାଳୟର ଦୁଇ ଜଣ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଦୁଷ୍କର୍ମ ପଛରେ ସ୍କୁଲର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ଓ ସରକାରୀ ଶିକ୍ଷକଙ୍କୁ କୁନ୍ଦେଇ ଥାନାରେ ଅଟକ ରଖାଯାଇଛି ।
ଅନ୍ୟପଟେ ନାବାଳିକା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବାରୁ ହାଟଭରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଇ ଥିବା ସୂଚନା ମିଳିଛି ।