Pratidin TV

Odisha's Digital News Platform

ଅଷ୍ଟ୍ରେଲିଆକୁ ଜିତାଇ ହାତେଇଥିଲେ ବିଶ୍ୱକପ୍, ଏବେ ପତ୍ନୀଙ୍କୁ ମିଳୁଛି ବଳତ୍କାର ଧମକ…

1 min read

୨୦୨୩ ବିଶ୍ୱକପ ଫାଇନାଲରେ ସମସ୍ତଙ୍କୁ ମାତ୍ ଦେଇ ଅଷ୍ଟ୍ରେଲିଆ ହାତେଇଛି ବିଶ୍ୱକପ୍ ଟ୍ରଫି । ଏହି ମ୍ୟାଚରେ ଅଷ୍ଟ୍ରେଲିଆରେ ଟ୍ରାଭିସ ହେଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଟାର୍ଗେଟକୁ ପିଛା କରିବା ବେଳେ ହେଡ ୧୫ ଚୌକା ଓ ୪ ଛକା ସହାୟତାରେ ୧୨୦ ବଲରେ ୧୩୭ ରନର ଇନିଂସ ଖେଳିଥିଲେ । ଯେଉଁଥିପାଇଁ ଅଷ୍ଟ୍ରେଲିଆକୁ କ୍ରିକେଟ ଟିମ ହାତେଇଥିଲା ବିଶ୍ୱକପ୍ । ହେଲେ ଅଷ୍ଟ୍ରେଲିଆ ବିଶ୍ୱକପ୍ ଜିତିବା ପରେ ଏବେ ଟ୍ରାଭିସ ହେଡଙ୍କ ଚିନ୍ତା ବଢିଯାଇଛି । ସୋଶିଆଲ ମିଡିଆ ମାଧ୍ୟମରେ ଟ୍ରାଭିସ ହେଡଙ୍କ ସ୍ତ୍ରୀ ଜେସିକା ଡେଭିସ ଏବଂ ତାଙ୍କ ଝିଅକୁ ବଳାତ୍କାର ଧମକ ଦେଉଥିବାର ନଜର ଆସିଛିି । ଯାହାର କିଛି ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । କିଛି ଲୋକମାନେ ଇନଷ୍ଟାଗ୍ରାମ ପୋଷ୍ଟର କମେଣ୍ଟରେ ଟ୍ରାଭିସ ହେଡଙ୍କ ଜେସିକା ଡେଭିସଙ୍କ ଦୁର୍ବ୍ୟବହାର କରୁଛନ୍ତି । ଲୋକମାନେ ଜେସିକାଙ୍କ ଫଟୋ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି । ଏଥିରେ ବଳାତ୍କାର ଧମକ ମଧ୍ୟ ସାମିଲ ଅଛି । ଏପରିକି ତାଙ୍କ ଏକ ବର୍ଷର ଝିଅକୁ ମଧ୍ୟ ଛାଡି ନାହାନ୍ତି । ତାଙ୍କୁ ମଧ୍ୟ ବଳାତ୍କାର ଧମକ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *