Pratidin TV

Odisha's Digital News Platform

ଡାକ୍ତର ପୂଣ୍ୟଶ୍ଳୋକ ଦାସଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ରେଡ୍ , ଗର୍ଭବତୀ ମହିଳାଙ୍କ ସହ ୨ ଦଲାଲ୍ ଅଟକ

1 min read

କଟକ ; କଟକରେ ବେଆଇନ ଲିଙ୍ଗ ନିରପୁଣ ଅଭିଯୋଗ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ର ଚଢ଼ାଉ । କଟକ ଫ୍ରେଣ୍ଡସ କଲୋନୀ ଡାକ୍ତର ପୂଣ୍ୟଶ୍ଳୋକ ଦାସ ଙ୍କ ଫ୍ରେଡ୍ସ କଲୋନୀ ଘରେ ଚଢ଼ାଉ କରିଛି ସ୍ୱାସ୍ଥ୍ୟ ବିଭାଗ । ବେଆଇନ ଭାବେ ଲିଙ୍ଗ ନିରୂପଣ ଅଭିଯୋଗରେ ଚଢ଼ାଉ କରିଛି ସ୍ୱାସ୍ଥ୍ୟ ବିଭାଗ।ଅଲ୍ଟ୍ରାସାଉଣ୍ଡ ମେସିନ, ଜେଲି , ଆନୁଷଙ୍ଗିକ ଯନ୍ତ୍ରପାତି , ଟଙ୍କା ଭର୍ତ୍ତି ବ୍ୟାଗ ଜବତ କରିଛି ବିଭାଗ।ଏହି ଘଟଣା ରେ ୩ ଦଲାଲ ସମେତ ଜଣେ ମହିଳା ଅଟକ।ଉପଜିଲ୍ଲାପାଳ ଉପସ୍ଥିତରେ ଆଜି ରେଡ୍ କରାଯାଇଥିଲା ଡାକ୍ତର ବାବୁଙ୍କ ଘର ।

ପୂର୍ବରୁ ୨ ଥର ଧରାପଡ଼ି ନିଲମ୍ବିତ ହୋଇଥିଲେ ଡାକ୍ତର ପୁଣ୍ୟଶ୍ଳୋକ ଦାସ। ଆଜି ପୁଣି ତାଙ୍କ ଘରେ ଲିଙ୍ଗ ନିରୂପଣ କରୁଥିବା ବେଳେ ମେସିନ ସହ ଜଣେ ଗର୍ଭବତୀ ମହିଳା,ଅନ୍ୟ ଦୁଇ ମହିଳା ଙ୍କ ସମେତ ୩ ଜଣ ଦଲାଲ ଧରପଡିଥିଲ।ଏହା ସହ ଜେଲି,ଗର୍ଭପାତ ବଟିକା,ସହ ଅନ୍ୟାନ୍ୟ ସାମଗ୍ରୀ କୁ ଜବତ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହି ଘଟଣା କୁ ଏହାକୁ ଅସ୍ବୀକାର କରିଛନ୍ତି ଡାକ୍ତର ପୁଣ୍ୟଶ୍ଲୋକ। ତେବେ ଏ ଘଟଣାରେ ଥାନାରେ ଏତଲା କରାଯିବ ଏବଂ ତମାମ ଘଟଣା ଉପରେ ତଦନ୍ତ କରାଯାଇ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ। ପୂର୍ବରୁ କଟକ ରକ୍ସି ଲେନ ମୁଳୀଆ କଲୋନୀରେ ହେଇଥିଲା ଚଢ଼ାଉ। କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ମିଳିତ କ୍ରମେ ଚଢ଼ାଉ କରାଯାଇଥିଲା। ଏକ ଭଡା ଘରେ ଚାଲିଥିଲା ଏହି କେନ୍ଦ୍ର। ବିଗତ କିଛି ବର୍ଷ ଧରି ଚାଲିଥିଲା ଏହି କେନ୍ଦ୍ର। । ତିନୋଟି ଜାଗାରେ ଏକା ଥରକେ ଚଢ଼ାଉ ଚାଲିଥିଲା। ଚଢାଉ ବେଳେ କିଛି ଆପତ୍ତି ଜନକ ଯନ୍ତ୍ରପାତି, ଔଷଧ ଠାବ ହୋଇଥିବା ସୂଚନା ଦେଇଥିଲେ ଚଢ଼ାଉ ରେ ସାମିଲ ଥିବା ଅଧିକାରୀ ।

Advertisement

ଗତବର୍ଷ କଟକର ଫ୍ରେଣ୍ଡସ କଲୋନୀରେ ଏକ ଆବାସିକ ଘରେ ହେଉଥିଲା ଭୃଣ ନିରୂପଣ। ଦୀର୍ଘ ଦିନ ହେବ ପୁଣ୍ୟ ଶ୍ଳୋକ ନିଜ ଘରେ କ୍ଲିନିକ କରି ବେଆଇନ ଭାବରେ ଏହି କାରବାର ଚଳାଉଥିଲେ। ମୋଟା ଅଙ୍କ ଟଙ୍କା ନେଇ ଗର୍ଭବତୀ ମାନଙ୍କୁ ଗର୍ଭସ୍ତ ଶିଶୁ ର ଲିଙ୍ଗ ସମ୍ପର୍କ ରେ ଜଣାଉଥିଲେ। କିନ୍ତୁ ତାଙ୍କର ଏହି କାରବାର ବିଭାଗୀୟ ଟିମ ହାତରେ ସିଧାସଳଖ ଧରାପଡ଼ିଯାଇଥିଲା। ଏସସିବି ମେଡିକାଲରୁ ଅତି ନିକଟରେ ଚାଲିଥିଲା ଏହି କାରବାର। ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ କାଠଗୋଲା ଅଞ୍ଚଳ ରେ ଏକ ଲାବୋଟାରୀ ରେ ଏହି କାରବାର ଧରାପଡ଼ିଥିଲା। ମାଲିକକୁ ଗିରଫ କରାଯିବା ସହିତ ଲାବୋଟାରୀ ସିଲ ମଧ୍ୟ କରାଯାଇଥିଲା । କଟକରେ ଭ୍ରୁଣ ନିରୂପଣ ଓ ହତ୍ୟାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ କେବଳ ଚଢ଼ାଉ କରାଯାଇ ଏହି ଦିଗରେ କାର୍ଯ୍ୟନୁଷ୍ଠାନ ପ୍ରାୟତଃ ଶିଥିଳ ହୋଇ ପଡୁଛି ବୋଲି ସାଧାରଣ ରେ ଚର୍ଚା ହେଉଛି।

Leave a Reply

Your email address will not be published. Required fields are marked *