Pratidin TV

Odisha's Digital News Platform

(ଭିଡିଓ)ଇତିହାସରେ ଲିପିବଦ୍ଧ ହେବ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ : ଜାତିର ପିତାଙ୍କ ଭଳି ହେଲା ଅବିକଳ ମୃତ୍ୟୁ ..

1 min read

ଭୁବନେଶ୍ୱର : ଇତିହାସରେ ଲିପିବଦ୍ଧ ହେବ ସ୍ୱାସ୍ଥମନ୍ତ୍ରୀ ନବଦାସଙ୍କ ମୃତ୍ୟୁ । ୩୦ ଜାନୁଆରୀ ୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡେସାମ୍ ନାମକ ଜଣେ ବ୍ୟକ୍ତି ପ୍ରାର୍ଥନା ସଭା ମଧ୍ୟରେ ପଶି ଗୁଳିକରିଦେଇଥିଲା । ଠିକ୍ ୭୫ ବର୍ଷ ପରେ ଇତିହାସ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ପୁନରାବୁର୍ତ୍ତି କରାଇଛି । ଯାହା ପୁରା ଓଡିଶାବାସୀଙ୍କୁ ସ୍ତବ୍ଧ କରିଦେଇଛି । ଗତକାଲି ଝାରସୁଗୁଡାରୁ ବ୍ରଜରାଜନଗରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଗାନ୍ଧୀ ଛକରେ ଗାଡିରୁ ଓହ୍ଲାଇ ଫୁଲମାଳ ଗ୍ରହଣ କରୁଥିବା ସମୟରେ ସାମ୍ନାରୁ ଅଚାନକ୍ କିଏ ଲକ୍ଷ କେନ୍ଦ୍ର କରି ନବଙ୍କ ଉପରକୁ ଗୁଳିଚଣାଇଥିଲା । ନବଙ୍କ ସ୍ୱାଗତରେ ବାଜାବାଣ ଲୋକଗହଳି ଭିତରେ ଶୁଭିନଥିଲା ଗୁଳିର ଶବ୍ଦ । କିନ୍ତୁ ନବଙ୍କ ବାମ ଛାତିରେ ଗୁଳିଟି ବାଜିଥିଲା ଯାହା ତଙ୍କି ଜଣାଥିଲା । ହଠାତ୍ ନିଜ ଛାତିକି ଚାପିଧରି କାର୍ ସିଟ୍ ଉପରକୁ ଗଳିପଡିଥିଲେ ନବ ।ଏହାପରେ ପୁଣି ଉଠି ଠିଆହୋଇଥିଲେ । ବୋଧ ହୁଏ ସିଏ ନିଜେ ମଧ୍ୟ ବିଶା୍ସ କରିପାରୁନଥିଲେ କିଏ ତାଙ୍କ ଉପରକୁ ଗୁଳିଚଲାଇଦେଥିଲା ବୋଲି । କିନ୍ତୁ ମାତ୍ର କିଛି ସେକେଣ୍ଡ ଭିତରେ କିଏ ମତେ ମାରିଦେଲା କହି ଲୋକମାନଙ୍କ ଗହଳି ଭିତରେ ଟଳିପଡିଥିଲେ ନବ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ଗାଡି ସିଟ୍ ଉପର ଶୁଆଇଥିଲେ ସମର୍ଥକ, ତତ୍କ୍ଷଣାତ୍ ସେଇ ଗାଡ଼ିରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।

ଏହାପରେ ପୋଲିସ କର୍ମୀମାନଙ୍କ ନଜର ,ଜଣେ ବର୍ଦିପିନ୍ଧା ପୋଲିସ ଅଫିସର ଉପରେ ପଡିଥିଲା ଯିଏ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କରି ସହକର୍ମୀମାନେ ତାଙ୍କୁ କାବୁ କରିନେଇଥିଲେ । ବର୍ତ୍ତମାନ ସୁଦ୍ଧା ସପୃକ୍ତ ଘଟଣାର ଅନେକ୍ ଫୁଟେଜ୍ ଭିଡିଓ ଭାଇରାଲ ହେବାରେ ଲାଗିଛିା ଯେଉଁଥିରେ ଜଣେ ପୋଲିସ ଏଏସଆଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉପରେ ଗୁଳି ଚଳାଉଥିବାର ଜଣାପଡିଥିଲା । ସେ ବ୍ରଜରାଜନଗରର ପୋଲିସ ଏଏସଆଇ ଗୋପାଳ ଦାସ ବୋଲି ସ୍ଫଷ୍ଟ କରିଥିଲେ ଏସଡିପିଓ । ନବଙ୍କୁ ବାହ୍ୟଶତ୍ରୁଠାରୁ ସୁରକ୍ଷା ଦେବାପାଇଁ ଆସିଥିବା ଏଏସଆଇ କଣ ପାଇଁ ହଠାତ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ । ତାହ ବର୍ତ୍ତମାନ ସୁଦ୍ଧା ଓଡିଶାବାସୀଙ୍କ ପାଇଁ ବଡ ପ୍ରଶ୍ୱବାଚୀ ।

Advertisement

ଅନ୍ୟପଟେ ଏଏସଆଇଙ୍କ ମନାସିକ ସନ୍ତୁଳନ ଖରାପ ଥିବା ଯୋଗୁ ସେ ଦୀର୍ଘ ୮ ବର୍ଷ ହେବ ଏକ ହସପିଟାଲରେ ଚିକିତ୍ସିତ ହେଉଥିବା କହିଛନ୍ତି ଏଏସଆଇ ଗୋପାଳଙ୍କ ସ୍ତ୍ରୀ । ତାସହ ଗୋପାଳଙ୍କ ଡାକ୍ତର ମଧ୍ୟ ଗତକାଲି ଗଣମାଧ୍ୟମ ଆଗରେ ଏଭଳି କଥା ପ୍ରକାଶ କରିଥିଲେ । ଏଠିପ୍ରଶ୍ନ ଉଠୁଛି ଯେ ଯଦି ଗୋପାଳଙ୍କ ମାନସିକ ସନ୍ତୁଳନ ଠିକ୍ ନଥିଲା ସେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କୁ କାହିଁକି ବନ୍ଧୁକୁ ଦିଆଯାଉଥିଲା ।

Leave a Reply

Your email address will not be published. Required fields are marked *