(ଭିଡିଓ)ଅନ୍ତିମ ଯାତ୍ରାରେ ନବ : ବନ୍ଧା ହେଲାଣି କୋକେଇ , କାନ୍ଧୁଛି ସାରା ଗାଁ …..
1 min readଝାରସୁଗୁଡା : ଶେଷ ଯାତ୍ରାରେ ନବ । ଭୁବନେଶ୍ୱରରୁ ବିମାନରେ ଝାରସୁଗୁଡାରେ ପହଞ୍ଚିଲା ନବଙ୍କ ପାର୍ଥିବ ଶରୀର । ଆଜି ଅନେକ ନେତା ମନ୍ତ୍ରୀ , ବିଧାୟକ , ଗ୍ରାମବାସୀ , ପ୍ରଶଂସକଙ୍କ ଅନ୍ତିମ ଦେଖା ପରେ ହେବ ଅନ୍ତିମ ସଂସ୍କାର । ନବଙ୍କ ମରଶରୀରକୁ ଏକ ଅମ୍ବୁଲାନ୍ସ ଯୋଗେ ଝାରସୁଗୁଡା ଏୟାରପୋର୍ଟରୁ ସିଧାସଳଖ ତାଙ୍କ ବାସଭବନକୁ ନିଆଯାଉଛି । ସେଠାରେ ସୋଭାଯାତ୍ରା ପରେ ହିନ୍ଦୁରୀତିନୀତି ଅନୁସାରେ ପଞ୍ଚଭୂତରେ ମିଶିବେ ନବ ଦାସ । ଏନେଇ ବାସଭବନଠାରୁ ଏୟାରପୋର୍ଟ ଯାଏ ଲମ୍ବିଛି ହଜାର ହଜାର ଲୋକଙ୍କ ଭିଡ । କୋକେଇ ବାନ୍ଧିଲା ବେଳେ ବି ନିଜ ଛାତିର କୋହକୁ ସମ୍ଭାଳିପାରୁନାହନ୍ତି ଆପଣାର ଲୋକ ।
ଗତକାଲି କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟମାର୍ଟମ ହେବା ପରେ ନବ ଦାସଙ୍କ ମରଶରୀରରକୁ ବିଧାନସବା ନିଆଯାଇଥିଲା । ସେଠାରେ ବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଧାୟକ ମାନେ ପୁଷ୍ପଗୁଚ୍ଛ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ତାଙ୍କ ସରକାରି ବାସଭବନରେ ପାର୍ଥିବ ଶରୀର ରଖାଯାଇଥିଲା । ତାଙ୍କର ଅନେକ ସମର୍ଥକ ପ୍ରଶଂସକମାନେ ପହଞ୍ଚି ସେଠାରେ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ ।