ସ୍ୱାସ୍ଥ୍ୟ ମନ୍ତ୍ର : କାନ୍ଦୁଥିବା ଶିଶୁକୁ ଶୀଘ୍ର ଶୁଆଇବାର ଉପାୟ ..
1 min readଭୁବନେଶ୍ୱର : କାନ୍ଦୁଥିବା ଶିଶୁମାନଙ୍କୁ ଶୁଆଇବା ଅନେକ ସମୟରେ ପିତାମାତାଙ୍କ ଲାଗି ଏକ ବଡ ସମସ୍ୟା ରୂପରେ ଛିଡା ହୋଇଥାଏ । ଶିଶୁଙ୍କୁ ଶୁଆଇବା ଲାଗି ଅଭିଭାବକମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଥିବାର ଦେଖାଯାଏ ।ତେବେ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏଥିପାଇଁ ଅଧିକ ପରିଶ୍ରମ କରିବାର ଆଭଶ୍ୟକ ନାହିଁ । ଏକ ସରଳ ଉପାୟ ମାଧ୍ୟମରେ ଆପଣମାନେ ନିଜ ନିଜ କାନ୍ଦୁଥିବା ଶିଶୁକୁ ଶୁଆଇପାରିବେ ।
ଜାପାନର ଏକ ବୈଜ୍ଞାନିକ ଅଧ୍ୟୟନର ଫଳାଫଳ ଅନୁଯାୟୀ ଶିଶୁଟିକୁ ଧରି ମାତ୍ର ୫ ମିନିଟ୍ ଚାଲିବା ଦ୍ୱାରା ତାକୁ ସବୁଠାରୁ ଶୀଘ୍ର ନିଦ ଆସିଥାଏ । କିନ୍ତୁ ଅଭିଭାବକଙ୍କୁ ଧ୍ୟନ ରଖିବାକୁ ପଡିବ ଯେ ଶିଶୁମାନଙ୍କର ଚାଲିବାର ବେଗ ଯେପରି ସମାନ ରୁହେ । ତା ସହିତ ଚାଲିବା ସମୟରେ ହଠାତ୍ ଅଟକିବା ବା ଦିଗ ପରିବର୍ତ୍ତନ କରିବା ଅନୁଚିତ୍ । ଏହି ସମୟରେ ଶିଶୁର ମୁଣ୍ଡ ତଳେ ହାତ ରଖିବାକୁ ମଧ୍ୟ ବୈଜ୍ଞାନିକମାନେ ଉପଦେଶ ଦେଇଛନ୍ତି । ଏଭଳି କଲେ ଦିନ ବେଳା ମଧ୍ୟ ଶିଶୁଙ୍କୁ ଖୁବ୍ ସହଜରେ ଶୁଆଇ ହେବ।
ପିତାମାତା ସମ୍ମୁଖୀନ ହେଉଥିବା ଅନ୍ୟ ଏକ ସମସ୍ୟା ହେଲା , ଧରିଥିବା ଅବସ୍ଥାରେ ଶିସୁଟିଏ ଶୋଇବା ପରେ ତାକୁ ବିଛଣାରେ ତୁରନ୍ତ ଶୁଆଇଦେବା ଦ୍ୱାରା ସେ ପୁଣି ନିଦରୁ ଉଠିଯାଇଥାଏ ।ତେବେ ଏଭଳି ପରିସ୍ଥିତିକି ଏଡାଇବାର ଏକ ଉପାୟ ଅଛି । ଶିଶୁଟି ଶୋଇବାର ୫ରୁ ୮ ମିନିଟ୍ ଯାଏ ତାକୁ କୋଳରେ ଧରି ରଖନ୍ତୁ । ତାପରେ ତାକୁ ବବିଛଣାରେ ଶୋଇଦିଅନ୍ତୁ । ଏହାଦ୍ୱାରା ଶିଶୁ ଶୀଘ୍ର ଶୋଇବା ସହ ଶିଶୁର ନିଦ ଭାଙ୍ଗିବାର ଖୁବ୍ କମ୍ ଆଶଙ୍କା ଥାଏ ।