Pratidin TV

Odisha's Digital News Platform

ଟ୍ରେନ୍ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର; ରେଳ ଟ୍ରାକ ରେ ରଖିଦେଲେ ଗଦା ଗଦା ମାଟି …

1 min read

 ପୁଣି ଟ୍ରେନ ଦୁର୍ଘଟଣା କରାଇବାକୁ ଷଡଯନ୍ତ୍ର। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ରାଏ ବରେଲିରରେ। ଟ୍ରେନ୍ ଟ୍ରାକ୍‌ରେ ମାଟି ରଖି ଦୁର୍ଘଟଣା ପାଇଁ ଷଡଯନ୍ତ୍ର କରାଯାଇଥିଲା।  ମାଟି ଏତେ ପରିମାଣର ଥିଲା ଯେ ଟ୍ରାକର ଚିହ୍ନବର୍ଣ୍ଣ ନଥିଲା ।  ରାୟବରେଲି ଜିଲ୍ଲାର ରଘୁରାଜ ସିଂ ରେଲୱେ ଷ୍ଟେସନ ନିକଟ ଟ୍ରାକରେ ମାଟି ଗଦା ହୋଇଥିଲା ।

ସେହି ସମୟରେ ଟ୍ରାକରେ ଯାଉଥିବା ଟ୍ରେନର ଲୋକ ପାଇଲଟ ହଠାତ ଏମରଜେନ୍ସି ବ୍ରେକ ମାରିଥିଲେ । ଫଳରେ ଟ୍ରେନଟି ଅଟକି ଯାଇଥିଲା । ଏବଂ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲା ।

Advertisement

ଘଟଣାସ୍ଥଳରେ ତୁରନ୍ତ ରେଲୱେ ଅଧିକାରୀ ପହଞ୍ଚିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକରୁ ମାଟି ସଫା ହେବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ କହିବା କଥା, ନିକଟରେ ରାସ୍ତା ନିର୍ମାଣ କାମ ଚାଲିଛି । ସେଥିପାଇଁ ଗାଡିରେ ମାଟି ବୁହା ଯାଉଛି । ରବିବାର ସଂଧ୍ୟାରେ ଏକ ଡମ୍ପର ମାଟି ବୋଝେଇ କରି ଟ୍ରାକରେ ପକାଇ ଦେଇଥିଲା । ଆଉ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

ତେବେ ରେଳ ଟ୍ରାକ୍‌ରେ ଏପରି ଜିନିଷ ରଖାଯିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅନେକ ଥର ଟ୍ରେନ ଦୁର୍ଘଟଣା ପାଇଁ ଷଡଯନ୍ତ୍ର କରାଯାଇଛି। କେତେବେଳେ ସିଲିଣ୍ଡର ତ ଆଉ କେତେବେଳେ ଲୁହା ରଡ୍ ଟ୍ରାକ୍‌ରେ ପଡିଥିବା ଦେଖିବାକୁ ମିଳିବା ପରେ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣା ଏଡାଇ ଦିଆଯାଇଛି। ରବିବାର ଦିନ ଉତ୍ତରପ୍ରଦେଶର ସାନ୍ତ କବୀର ନଗରରେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *