Pratidin TV

Odisha's Digital News Platform

ଦିବ୍ୟାଙ୍ଗଙ୍କ କଥା ଶୁଣି ଅଟକି ଯାଇ କାନ୍ଦି ପକାଇଲେ ମୁଖ୍ୟମନ୍ତ୍ରୀ ! 

କିଏ ଡାକୁଛନ୍ତି ଭାଈ ତ କିଏ ଡାକୁଛନ୍ତି ବାବୁ ଆଉ ପୁଣି କୀଏଭି ସାର ଡାକି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୋଳାଇ ନେଉଛନ୍ତି | ଏହାସହ ନିଜ ଗାଁ ଲୋକଙ୍କ ଏତେ ଭଲ ପାଇବା ପାଇ ହଠାତ ନିଜ ସୁରକ୍ଷାକର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ | ଏହାପରେ ସମସ୍ତେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ | ଏହାସହ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ପଦରେ ରହି ମଧ୍ୟ ମୋହନ ମାଝୀଙ୍କ ମନରେ ନାହିଁ ଗର୍ବ କି ଅହଙ୍କାର |

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜନ୍ମମାଟିରେ ପହଞ୍ଚିବା ପରେ କେହି ମଧ୍ୟ ମୋହନ ମାଝୀଙ୍କୁ ମୁକୟାମନ୍ତ୍ରୀ ହିସାବରେ ନୁହେଁ ବରଂ ନିଜ ରକ୍ତସଂପର୍କୀୟ ଭାଈ ବୋଲି ଭାବି ନେଇଥିଲେ | ଏହାସହ ମାନେ ମନେ ଗର୍ବ କରି କାହୂଟିଲେ ଆମର ଭାଈ ଆମରି ପୁଅ ଆଜି ରାଜ୍ୟରେ କରୁଛି ଶାସନ |

ତେବେ କେଉଁଝର ମାଟିରେ ପହଞ୍ଚିବା ପରେ ଅନେକ ଲୋକ ଭିଡ଼ ହୋଇଥିଲେ | କିନ୍ତୁ ସେହି ଜାଗାରେ ହଠାତ କଡା ସୁରକ୍ଷା ପାଇଁ ଲାଗିଥିବା ବ୍ୟାରିକେଟ ଭିତରେ ଜଣେ ଦିବ୍ୟାଙ୍ଗଙ୍କୁ ହଠାତ ଦେଖିଥିଲେ ମୁଖ୍ୟମ]ଏଣ୍ଟ୍ରି ସଙ୍ଗେ ସଙ୍ଗେ ନିଜ ସୁରକ୍ଷାକର୍ମୀଙ୍କୁ ଦେଇଥିଲେ ନିର୍ଦ୍ଦେଶ | ସେଥିପାଇଁ ସୁରକ୍ଷାକର୍ମୀଙ୍କ କଥା ଶୁଣି ଦିବ୍ୟାଙ୍ଗ ଜଣକ ବ୍ୟାରିକେଟ ତଳେ ଆସି ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଦେଇଥିଲେ | ଦିବ୍ୟାଙ୍ଗଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀଙ୍କ ହୃଦୟ କାନ୍ଦି ଉଠିଥିଲା | କାରଣ ସେ ଯେଉଁ ଗାଁର ପୁଅ ହୋଇ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ବସିଛନ୍ତି, ଆଜି ମଧ୍ୟ ସେ ଗାଁରେ ଦୁଃଖ ଦୁର୍ଦଶା ଚଳୁଛନ୍ତି | ଆଜି ମଧ୍ୟ ନିଜ ପାଡ଼ ରେ ଠିଆ ହେବା ପାଇଁ ସକ୍ଷମ ହୋଇନାହାନ୍ତି | ଏପର୍ଯ୍ୟନ୍ତ ମିଳିପାରିନି କୌଣସି ପ୍ରକାର ସରକାରୀ ସହାୟତା | ତେବେ ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗଙ୍କୁ ପ୍ରତିଶୃତି ଦେଇଛନ୍ତି ଖୁବଶୀଘ୍ର ତାଙ୍କର ସମସ୍ତ ପ୍ରକାର ଦାବି ପୁରାଣ କରାଯିବ |

Leave a Reply

Your email address will not be published. Required fields are marked *