Pratidin TV

Odisha's Digital News Platform

ମା କୋଳ ଖାଲି କରିଦେଲା ଇସ୍ରାଏଲ-ହମାସ୍ ଯୁଦ୍ଧ , ଯୁଦ୍ଧରେ ଚାଲିଗଲେ ଗୋଟିଏ ପରିବାରର ୧୪ ସଦସ୍ୟଙ୍କ ସହ ୨ଯାଆଁଳା ଶିଶୁ …

1 min read

ଜାରୀ ରହିଛି ଇସ୍ରାଏଲ-ହମାସ୍ ଯୁଦ୍ଧ । ଆଉ ଏହି ଯୁଦ୍ଧରେ ଚାଲିଯାଉଛି ନୀରିହ ଲକଙ୍କ ଜୀବନ । କିଏ ଜାଣେ କେତେ ପରିବାର ସେମାନଙ୍କ ପ୍ରିୟଜନଙ୍କଠାରୁ ହରାଇଲେଣି । ରାନିଆ ଅବୁ ଅଞ୍ଜାଙ୍କ ସହ ମଧ୍ୟ ସେମିତି ଘଟିଛି । ରବିବାର ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ଦ୍ୱାରା ନଷ୍ଟ ହୋଇଥିବା ଘର ତଳେ ଆଜି ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବାରେ ଲାଗିଛନ୍ତି । ଏହି ସମୟ ମଧ୍ୟରେ ଅବୁଙ୍କ ଆଖି ତାଙ୍କ ଯାଆଁଳା ପିଲାମାନଙ୍କ ଉପରେ ପଡ଼ିଥିଲା, ଯେଉଁମାନେ ଆଉ ଜୀବିତ ନ ଥିଲେ ।

ପାଲେଷ୍ଟାଇନ ମହିଳା ଜଣକ କହିଛନ୍ତି, ସେ ମା’ ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ଅନେକ ଥର ପ୍ରଜନନ ଚିକିତ୍ସା କରାଇଛନ୍ତି । କିନ୍ତୁ ଗାଜା ଷ୍ଟ୍ରିପ୍‌ରେ ହୋଇଥିବା ହତ୍ୟାକାଣ୍ଡ ତାଙ୍କଠାରୁ ସବୁକିଛି ଛଡ଼ାଇ ନେଇଛି । କୋଳରେ ଦୁଇ ଛୁଆଙ୍କୁ ଧରି ବୁକୁଫଟା କାନ୍ଦ କାନ୍ଦୁଛନ୍ତି ରାନିଆ । ସେ କାନ୍ଦି କାନ୍ଦି କାନ୍ଦି କହୁଛନ୍ତି, ଆଜିଠାରୁ କିଏ ମୋତେ ଆଉ ମା’ ଡାକିବ’ ଅବୁଙ୍କର ଜଣେ ପିଲାଙ୍କ ମୁହଁ ରକ୍ତରେ ସମ୍ପୂର୍ଣ୍ଣ ଦାଗ ହୋଇଯାଇଥିଲା । ଏହି ଦୃଶ୍ୟ ଦେଖିଲେ କାହାର ବି ଧୈର୍ଯ୍ୟ ରହିବନି । ଏହି ହମଲାରେ ରାନିଙ୍କ ସ୍ୱାମଙ୍କର ମଧ୍ୟ ମୃତ୍ୟୁ ଘଟିଛି । ମାର୍ଚ୍ଚ ୩ରେ ତାଙ୍କ ପରିବାରର ୧୪ ଜଣଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *