Pratidin TV

Odisha's Digital News Platform

ତାତିରୁ ମିଳୁନି ତ୍ରାହି , ପ୍ରଚଣ୍ଡ ଖରାରେ ଛଟପଟ୍ ହେଉଛନ୍ତି ରାଜ୍ୟବାସୀ..

ଡହଡହ ଖରାରେ ସିଝୁଛି ଓଡିଶା । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ । ସ୍ଥିତି ଏପରି ହୋଇଛି ସକାଳ ୮ଟା ପରଠାରୁ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଛି । ପ୍ରଚଣ୍ଡ ଖରାରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ମଙ୍ଗଳବାର ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ସବୁ ଠାରୁ ଉତ୍ତପ୍ତ ସହର ।

୪୧.୮ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି । ଚାନ୍ଦବାଲି ୪୦.୪, ବାଲେଶ୍ୱର ୪୦.୩, ଝାରସୁଗୁଡା ୩୯.୫, ପାରାଦୀପ ୩୮.୮, ରାଉରକେଲା ୩୭.୯, କେନ୍ଦୁଝର ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି । ପାଣିପାଗ ବିଭାଗର କହିବା ଅନୁଯାୟୀ, ଆସନ୍ତା ୨୭ ଯାଏଁ ତାତିରୁ ନିସ୍ତାର ନାହିଁ । ୨୪, ୨୫ରେ ଉତ୍ତର ଓ ଉପକୂଳରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ ଓ ୨୭ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ । ୨୬ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୧ ଜିଲ୍ଲାକୁ, ୨୭ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି । ଗତକାଲି ଦେ ଦେଶର ସବୁଠାରୁ ହଟ୍ ସିଟି ପାଲଟିଥିଲା ଭୁବନେଶ୍ୱର । ଯାହା ଚଳିତ ସିଜିନର ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ରହିଥିଲା ।

Leave a Reply

Your email address will not be published. Required fields are marked *