Pratidin TV

Odisha's Digital News Platform

ତାତିରୁ ମିଳୁନି ତ୍ରାହୀ , ଆହୁରି ୪ ଦିନ ଅଧିକରୁ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ!

1 min read

ଟକମକ ହୋଇ ଫୁଟୁଛି ଓଡିଶା । ତତଲା କଡେଇରେ ଭାଜି ହେଉଛନ୍ତି ଲୋକେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଉପାନ୍ତରୁ ଉପକୂଳ ଭୟଙ୍କର ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ ୮ ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଆଜି ଦିନ ସାଢ଼େ ୧୧ଟାରେ ୪୦ ପାର କରିଛି ଭୁବନେଶ୍ବର ତାପମାତ୍ରା। ସାଢ଼େ ୧୧ଟାରେ ଭୁବନେଶ୍ବର ତାପମାତ୍ରା ୪୦.୬ ବେଳେ ବାଲେଶ୍ବର ତାପମାତ୍ରା ମଧ୍ୟ ୪୦.୬ ରେ ପହଞ୍ଚିଛି। ସେହିଭଳି ଚାନ୍ଦବାଲି ଓ ଝାରସୁଗୁଡ଼ା ୪୦ ଡିଗ୍ରୀ , ସମ୍ବଲପୁର ୩୯.୭, କେନ୍ଦୁଝର ୩୯, ହୀରାକୁଦ ୩୮.୬ ଡିଗ୍ରୀ, ରାଉରକେଲା ୩୭ ଡିଗ୍ରୀ, ଗୋପାଳପୁର ୩୫.ଡିଗ୍ରୀ, ପୁରୀ ୩୪.୫ ଡିଗ୍ରୀ, ପାରାଦ୍ୱୀପ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହାପୂର୍ବରୁ ସକାଳ ସାଢେ ୮ଟା ସୁଦ୍ଧା ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଥିଲା। ୩୫.୮ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ, ଜଗତସିଂହପୁରରେ ୩୪.୮, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ପାରଦ ୩୩.୪ ଡିଗ୍ରୀ, ଆହୁରି ଦୁଇ ଦିନ ଯାଏ ତାତିରୁ ମିଳିବନି ନିସ୍ତାର । କିଛି ଅଞ୍ଚଳରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ।

ଆଜିଠୁ ଆସନ୍ତା ରବିବାର ଅର୍ଥାତ ୨୦ ତାରିଖ ଯାଏଁ ରାଜ୍ୟର ୪ଟି ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେଥିପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ଜାରି କରା ଯାଇଛି । ତେବେ ସେହି ଜିଲାଗୁଡିକ ହେଉଛି ମୟୂରଭଞ୍ଜ, ନୟାଗଡ, ନୂଆପଡା ଓ ଗଜପତି । ଏହି ୪ ଜିଲାକୁ ସିଭିୟର ହିଟ ୱେଭ ପାଇଁ ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଏପଟେ ତାପମାତ୍ରା ବୃଦ୍ଧି ଯୋଗୁଁ ୩ ଦିନ ଯାଏଁ ସ୍କୁଲ ବନ୍ଦ କରାଯାଇଛି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ୩ ଦିନ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *