Pratidin TV

Odisha's Digital News Platform

ବଦ୍ରିନାଥକୁ ସଂଯୋଗ କରୁଥିବା ରାସ୍ତା ଉପରକୁ ଭୂଶୁଡିଲା ପାହାଡ଼,ଯୋଗାଯୋଗ ହେଲା ବିଛିନ୍ନ

1 min read

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପାତାଲଗଙ୍ଗା ଅଞ୍ଚଳରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି। ପାତାଲଗଙ୍ଗାର ବଦ୍ରିନାଥ ଜାତୀୟ ରାଜପଥରେ ଥିବା ଟନେଲ ଉପରେ ଏହି ଭୂସ୍ଖଳନ ଘଟଣା ଘଟିଛି। ଭୂସ୍ଖଳନର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ, ପର୍ବତର ଏକ ବଡ଼ ଅଂଶ ଭାଙ୍ଗି ତଳକୁ ଖସିଛି | ରାସ୍ତାର ଏକ ବଡ଼ ଅଂଶ ରସାତ ମଝିକୁ ଖସିଥିଲା । ଭୂସ୍ଖଳନ ପରେ ରାସ୍ତାର ଏକ ବଡ଼ ଅଂଶରେ କେବଳ ଧୂଳିର ମେଘ ଦୃଶ୍ୟମାନ ହେଉଥିଲା। ସୌଭାଗ୍ୟବଶତଃ ଏହା ଦ୍ୱାରା କାହାର କୌଣସି କ୍ଷତି ହୋଇନାହିଁ ।

ଲ୍ୟାଣ୍ଡସ୍ଲାଇଡ ହେବା ସମୟରେ ପୁରା ଧୂଳିର ମେଘ ସୃଷ୍ଟି ହୋଇଯାଇଥିଲା | କିନ୍ତୁ ସେହି ସମୟରେ କୌଣସି ଗାଡି ଯାତାୟାତ କରୁନଥିଲା | ତେଣୁ ଏଥିରେ କାହାର କିଛି କ୍ଷତି ହୋଇନାହିଁ | ରାସ୍ତା ଉପରେ ଧ୍ୱଂସାବଶେଷ ପଡିବାରୁ ଯାଶୀପୀଠ- ବଦ୍ରୀନାଥ ହାଇୱେ ବନ୍ଦ ହୋଇଯାଇଛି | ମୌସୁମୀ ଆଗମନ ଯୋଗୁଁ ଏଠାରେ ଲ୍ୟାଣ୍ଡସ୍ଲାଇଡ ବଡିବାରେ ଲାଗିଛି | ଅତ୍ୟଧିକ ବର୍ଷ ଯୋଗୁଁ ପାହାଡ଼ର ମାଟି ଫପସା ହୋଇଯାଇଛି | ତେଣୁ ଏପରି ଘଟଣା ଦେଖିବାକୁ ମିଳୁଛି |

ଉତ୍ତରାଖଣ୍ଡରେ ବର୍ଷା ଜାରି ରହିଛି | ଏହାଯୋଗୁଁ ଜଳର ସ୍ଥର ବଢୁଛି | ରାଜ୍ୟର ଅନେକ ସ୍ଥାନରେ ସଡକ ଓ ପୋଲ ଭାସିଯିବାର ମଧ୍ୟ ଖବର ଆସୁଛି | ଏହାଦ୍ୱାରା ଗମନାଗମନରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି |

Leave a Reply

Your email address will not be published. Required fields are marked *