Pratidin TV

Odisha's Digital News Platform

ଆସନ୍ତା ୫ରୁ ବଢିବ ବର୍ଷା : ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

1 min read

ଭୁବନେଶ୍ୱର :ରାଜ୍ୟରେ ଜୁଲାଇ ଶେଷ ସପ୍ତାହରୁ ତାପମାତ୍ରା ବୃଦ୍ଧି ପାଇଥିଲା । ଫଳରେ ଅଗଷ୍ଟ ୪ଯାଏ ଓଡିଶାର ଅନେକ ଜିଲ୍ଲାରେ ବାୟୁମଣ୍ଡଳରେ ଗରମ ଅନୁଭବ ହେବ । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଅଗଷ୍ଟ ୫ରୁ ବର୍ଷାର ପରିମାଣ ବଢିପାରେ । ତେବେ ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା, ହିମାଳୟ ପାଦ ଦେଶରୁ ସ୍ୱାଭାବିକ ଅବସ୍ଥାନକୁ ଫେରୁଛି ।ଏହାଫଳରେ ଅଗଷ୍ଟ ୫ରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଏନେଇ ୫ ତାରିଖ ଦିନ ୧୦ ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି । ସେହିଭଳି ୬ ତାରିଖ ଦିନ ୫ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଏହାସହ ୭ ରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ତେବେ ଆଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀମାନଙ୍କୁ ସାର,କୀଟନାଶକ,ତୃଣନାଶକ ପ୍ରୟୋଗ,ଜଲସେଚନ ଆଦି କାର୍ଯ୍ୟ ଗୁରୁବାରଠୁ ସ୍ଥଗିତ ରଖିବାକୁ ଅନୁରୋଧ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *