Pratidin TV

Odisha's Digital News Platform

ବିହାର-ମହାରାଷ୍ଟ୍ରରେ ବର୍ଷାର ବିତ୍ପାତ, ଗଲାଣି ୫ ଜଣଙ୍କ ଜୀବନ….

1 min read


ମହାରାଷ୍ଟ୍ର: ବିହାର-ମହାରାଷ୍ଟ୍ରରେ ବର୍ଷାର ବିତ୍ପାତ ଦେଖାଯାଇଛି । ପ୍ରବଳ ବର୍ଷାରେ ବେହାଲ ହେଇଛି ମହାରାଷ୍ଟ୍ରର ନାଗପୁର । ଲଗାଣ ବର୍ଷା ଫଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ ୪ ଜଣ ଲୋକ ପ୍ରାଣ ହରାଇଥିବା କୁହାଯାଇଛି । ଏଭଳି ପରିସ୍ଥିତିରେ ରାଜ୍ୟ ଗୁଡିକୁ ସତର୍କ ସୂଚନା ଜାରୀ କରାଯାଇଛି । ଶନିବାର ଅତ୍ୟଧିକ ବର୍ଷା ହେବା ଫଳରେ ସହର ଜଳାର୍ଣ୍ଣବ ହୋଇଛି । ଷ୍ଟେସନରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ସମଗ୍ର ସହରରେ ୩-୪ ଫୁଟ ପର୍ଯ୍ୟନ୍ତ ବର୍ଷା ଜଳ ଭରି ରହିଛି । ଲୋକଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି ।


ପାଣିପାଗ ବିଭାଗ ଅନୁଯାୟୀ, ଏହି ଧାରା ଆଜି ବି ଜାରି ରହିବ । ଏହା ବ୍ୟତୀତ ମଧ୍ୟପ୍ରଦେଶର ମହାରାଷ୍ଟ୍ରର ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରେକର୍ଡ ବର୍ଷା ହେତୁ ନାଗପୁର ଜିଲ୍ଲାର ଅନେକ ନଦୀ ଓ ଡ୍ରେନ ଜଳମଗ୍ନ ହୋଇଛି । ବନ୍ୟା ଯୋଗୁଁ ଜଣେ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାରୀ ଦଳ ସହରରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୫୦୦ରୁ ଉର୍ଦ୍ଧ ଲାକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛୀ ବୋଲି ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ସୂଚନା ଦେଇଛନ୍ତି ।


ପ୍ରବଳ ବର୍ଷା ହେତୁ ମହାରାଷ୍ଟ୍ରର ରେଳ ଷ୍ଟେସନ ମଧ୍ୟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା । ପ୍ଲାଟଫର୍ମ ସହିତ ରେଳ ଟ୍ରାକ୍ ମଧ୍ୟ ତିନିରୁ ଚାରି ଫୁଟ ପର୍ଯ୍ୟନ୍ତ ପାଣିରେ ବୁଡ଼ି ଯାଇଥିଲା । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବନ୍ୟା ପ୍ରଭାବିତ ଲୋକଙ୍କୁ ୧୦,୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି । ବର୍ଷା ଯୋଗୁଁ କ୍ଷତି ସହିଥିବା ଦୋକାନଗୁଡ଼ିକ ପାଇଁ ସରକାର ୫୦,୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ସୀମାନ୍ତ ଜିଲ୍ଲାଗୁଡ଼ିକରେ ମଧ୍ୟ ସତର୍କ ସୂଚନା ଜାରୀ କରାଯାଇଛି ।

Leave a Reply

Your email address will not be published. Required fields are marked *