Pratidin TV

Odisha's Digital News Platform

ଅବପାତରେ ପରିଣତ ହେଲା ଲଘୁଚାପ : ଆଗକୁ ଆହୁରି ୪ ଦିନ ବର୍ଷିବ

1 min read

ଭୁୁବନେଶ୍ୱର : ସୁଦୃଶ ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦କିମି ଏବଂ ବାଲେଶ୍ୱର ଠାରୁ ପୂର୍ବ- ଉତ୍ତର -ପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ତେବେ ଆଗାମୀ ୬ ଘଣ୍ଟା ମଧ୍ୟରେ ଏହି ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଦିଘା ନିକଟରେ ପଶ୍ଚିମ-ବଙ୍ଗ ଉପକୂଳକୁ ଅତିକ୍ରମ କରିବ ସହ ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ତ୍ରୀବ୍ରତା ବଜାଇ ରଖିବାର ସମ୍ଭାବନା ରହିଛି ।

ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖାଦେଇପାରେ । ଏନେଇ ପାଖାପାଖି ୭ ଟି ଜିଲ୍ଲା ରେଡ୍ ୱାଣ୍ଣିଂ ଜାରିକରାଯାଇଛି । ଏହି ଜିଲ୍ଲାଗୁଡିକରେ ପାଖାପାଖି ୭ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ । ଏହାସହ ୧୧ ଜିଲ୍ଲାକୁ ଅରେଞ୍ ଓ୧୦ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ମଧ୍ୟ ଜାରିହୋଇଛି । ସୃଷ୍ଟି ହୋଇଥିବା ଉଭୟ ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ମଧ୍ୟ ଆସନ୍ତା ୪ ଦିନଯାଏ ରାଜ୍ୟରେ ବର୍ଷା ଲାଗିରହିବ ।

Advertisement

ମାଲକାନାଗିରି,ରାୟଗଡା,ଗଞାମ କନ୍ଧମାଳ,ଗଜପତି,ପୁରୀ ଓ ଭୁବନେଶ୍ୱରରେ ବର୍ଷାର ପ୍ରଭାବ ଅଧିକ ଦେଖାଦେବ ବୋଲି କହିଛି ପାଣିପାଗ ବିଭାଗ । ଏହା ସହ ଅନ୍ୟନ ଜିଲ୍ଲାଗୁଡିକ ଉପରେ ଜଳବନ୍ଧି ପରିସ୍ଥତି ଉପୁଜି ବା ସହ କଚ୍ଚା ରାସ୍ତା ଏବଂ ଘରଗୁଡିକ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇପାରେ ।

ଏହା ଛଡା ସମ୍ବଲପୁର,ଯାଜପୁର,କେନ୍ଦ୍ରାପଡା,କଟକ,ଦେଓଗଡ,ଜଗତସିଂହପୁର ଓ ସୁନ୍ଧରଗଡ ଇତ୍ୟାଦି ଜିଲ୍ଲାଗୁଡିକ ଉପରେ ମଧ୍ୟ ଏହାର ପ୍ରଭାବ ବିଶେଷ ଭାବେ ଦେଖାଦେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *