Pratidin TV

Odisha's Digital News Platform

୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ : ରାଜ୍ୟରେ ପୁଣି ଛେଚିବ ୭ ରୁ ୧୦

1 min read


ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି । ଯାହା ଫଳରେ ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଏକ ଳଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହା ପ୍ରଭାବରେ ରାଜ୍ୟରେ ୭ ରୁ ୧୦ ତାରିଖ ପର୍ଯ୍ୟାନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୭ ତାରିଖ ଦିନ ୫ ଟି ଜିଲ୍ଲାକୁ ୟେଲୋ ୱାଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା କଳାହାଣ୍ଡି,ଗଞ୍ଜାମ,ରାୟଗଡା,ଗଜପତି ଓ କୋରାପୁଟ ।

Advertisement


ସେହିପରି ୮ ତାରିଖ ଯାଏ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୯ ତାରିଖ ଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ୟେଲୋ ୱାଣିଂଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲାମାଲକାନାଗିରି,କୋରାପୁଟ,ରାୟଗଡା,କଳାହାଣ୍ଡି,ଗଜପତି,ଗଞ୍ଜାମ,ନୟାଗଡ,ଖୋର୍ଦ୍ଧା,ପୁରୀ,କଟକ,ଜଗତସିଂହପୁର ,କନ୍ଧମାଳ ଏବଂକେନ୍ଦ୍ରାପଡା ।

୯ ତାରିଖ ଦିନ ରାଜ୍ୟାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଖାଦେଇପାରେ । ସେହିପରି ୧୦ ତାରିଖ ଦିନ କେବଳ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *