Pratidin TV

Odisha's Digital News Platform

ସକ୍ରିୟ ହେଲା ଲଘୁଚାପ : ୯ଜିଲ୍ଲାକୁ ଅରେଞ ୱାର୍ଣ୍ଣିଂ ସହ ୧୨ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

1 min read


ଭୁବନେଶ୍ୱର : ଗତ କାଲି ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗକୁ ଆସନ୍ତା୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ।ବର୍ତ୍ତମାନ ଦକ୍ଷିଣ ଓଡିଶାରେ ଉପକୂଳ ଏବଂ ପାଶ୍ୱର୍ବର୍ତ୍ତି ଅଚଂଳରେ ସକ୍ରିୟ ରହିଛି । ଏହା ସହ ଆଉ କେ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ରହିଛି । ଯାହାଦ୍ୱାରା ଦକ୍ଷିଣ ଓଡିଶା ସହ ସାରା ରାଜ୍ୟରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ତେବେ ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ ଅରେଞ ୱାର୍ଣ୍ଣିଂ । ୯ ଜିଲ୍ଲାକୁ ଅରେଞ ୱାର୍ଣ୍ଣି ସହ ଜିଲ୍ଲାରେ ଅତି ପ୍ରବଳ ୭ ରୁ ୨୦ ସେମି ବର୍ଷା ସମ୍ଭାବନା ଥିବାବେଳେ । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସହ ଜିଲ୍ଲାରେ ୭ ରୁ ୧୧ ସେମି ପର୍ଯ୍ୟାନ୍ତ ବର୍ଷା ସମ୍ଭାବାନ ଅନୁମାନ କରାଯାଉଛି । ଏନେଇ ୧୬ ତାରିଖ ପଯ୍ୟାନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଆସନ୍ତା ୨୪ଘଣ୍ଟାରେ ଏହି ୯ ଟି ଜିଲ୍ଲା -କୋରାପୁଟ,ମାଲକାନାଗିରି,ନବରଙ୍ଗପୁର,ନୂଆପଡା,କଳାହାଣ୍ଡି,କନ୍ଧମାଳ,ବଲାଙ୍ଗୀର,ଗଂଜାମ ଓ ନୟାଗଡ ରେ ଅତି ପ୍ରବଳ ବର୍ଷା ନେଇ ଅରେଞ ୱାର୍ଣ୍ଣିଂ ଆଲର୍ଟ ହୋଇଛି ।ସେହିଭଳି ୧୨ଟି ଜିଲ୍ଲା ଯଥା- ପୁରୀ,କଟକ,ଜଗତସିଂହପୁର,ବୌଦ୍ଧ,ସୋନପୁର ,ବରଗଡ,ଅନୁଗୁଳ,ଢେଙ୍କାନାଳ,ରାୟଗଡା,ଖୋର୍ଦ୍ଧା ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଆଲର୍ଟ ଅର୍ଥାତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Advertisement


ଆସନ୍ତା ୧୪ ତାରିଖରୁ ଲଘୁଚାପ ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରୀୟ ହେବା ଫଳରେ ଊତ୍ତର ଓ ଉପକୂଳ ଓଡିଶାରେ ବର୍ଷାର ପରିମାଣ ବଢିବ ।ଏହାସହ ତେଲେଙ୍ଗାନା ଓ ହ୍ରାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁଁ ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ମାଲକାନାଗିରିରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଯାହାଫଳରେ ମାଲକାନାଗିରିର ରାସ୍ତା ଓ ବ୍ରିଜ ଉପରେ ପାଣି ଚାଲିବାର ଦୃଶ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *